ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦୁର୍ଗାପୂଜାରେ କମିଶନରେଟ ପୋଲିସର ନିଆରା ଉଦ୍ୟମ, ଭିଡ ଭିତରେ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାକୁ ଗଠନ କଲା “ଶକ୍ତି-ବାହିନୀ”ଟିମ୍...

Published By : Ladu Kishor | October 10, 2024 11:27 PM

ଭୁବନେଶ୍ବର ୧୦/୧୦: ଆଜି (ଗୁରୁବାର) ପୋଲିସ କମିଶନର ଶ୍ରୀ ଦେବ ଦତ୍ତ ସିଂହ ଙ୍କ ଉଦ୍ୟମରେ ଓ  ଡିସିପି ଭୁବନେଶ୍ୱର ଶ୍ରୀ ପିନାକ ମିଶ୍ରଙ୍କ ଉପସ୍ଥିତିରେ ଏକ ବିଶେଷ ମୋଟର ସାଇକଲ୍ ପାଟ୍ରୋଲିଂ ମହିଳା ଟିମ ଗଠନ କରାଯାଇଛି । ଯାହାର ନାମ “ଶକ୍ତି-ବାହିନୀ” ରଖାଯାଇଛି । ଏହି ଟିମ୍ ଦୁର୍ଗା ପୂଜା ଉତ୍ସବ ଦିନ ମାନଙ୍କରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବ । ଏହି ଟିମ୍ ରେ ସମୁଦାୟ ୪୦ ଜଣ ମହିଳା ପୋଲିସ୍ ଅଧିକାରୀ ଓ ୨୦ ମୋଟର ସାଇକଲ୍ ରହିଛି । ଏହି ଟିମ୍ ବିଭିନ୍ନ ପୂଜା ମେଢରେ ପଇଁତରା ମାରିବ । ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଥିବା ଅପରାଧ ବା ଭିଡରେ ହଜି ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଧାର କରିବାରେ ସହଯୋଗ କରିବ ଏହି ଟିମ୍ । ଏହି ପାଟ୍ରୋଲିଙ୍ଗ୍ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚର ପଦକ୍ଷେପ ଅଟେ। ମହିଳା ପାଟ୍ରୋଲିଂ ଦଳକୁ ମୁଖ୍ୟ ସ୍ଥାନ ଗୁଡ଼ିକରେ ଯଥା ଜନସମାଗମ ଏବଂ ବଜାର ସହିତ ଉତ୍ସବ ସ୍ଥଳୀ ଗୁଡ଼ିକରେ ଜଣେ ଜଣେ ଅଫିସରଙ୍କ ତତ୍ବାବଧାନରେ ବ୍ୟବହାର କରାଯିବ। ଏହି ଟିମ୍ ଭୁବନେଶ୍ବର ସହରରେ ଆଇନ ଶୃଖଳା ପ୍ରତି ଯତ୍ନବାନ ରହିବେ । ଦଶହରାକୁ ଏକ ଖୁସି ଓ ସୁରକ୍ଷିତ ଉତ୍ସବ କରିବା ପାଇଁ   କମିଶନର ଶ୍ରୀ ଦେବଦତ୍ତ ସିଂହ ଙ୍କର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ।                                                                                

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.