ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍: ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନିଅନ୍ତୁ, ନିଜର ସେଲ୍ଫି ଅପଲୋଡ଼ କରନ୍ତୁ

Published By : Harapriya Sethi | April 3, 2025 1:04 PM

ଭୁବନେଶ୍ୱର,୦୩/୦୪: ରାଜ୍ୟରେ ପ୍ରଥମଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟର ମଧ୍ୟ ନିର୍ମାଣ କରାଯାଇଛି । ୱେବସାଇଟ୍‌ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ୱେବସାଇଟ୍‌ଟି ହେଉଛି- https://odiapakhya.com/

ଏହି ୱେବସାଇଟ୍‌ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍‌ ମଧ୍ୟ ରଖାଯାଇଛି। ଏହି କୁଇଜ୍‌ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି । ସମସ୍ତେ ଏହି କୁଇଜ୍‌ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍‌ କରିପାରିବେ। 

ଏଥିସହିତ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ଲକ, ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସେଲ୍ଫି ମଧ୍ୟ ଏହି ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ତେବେ ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଆ ପକ୍ଷ ପାଳନ କରିବା। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରାଇବା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.