PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଝାରସୁଗୁଡ଼ାରୁ ଉଡ଼ିବ ସ୍ପାଇସ୍‌ଜେଟ୍‌

source:http://www.orissapost.com

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଉଡ଼ାନ୍‌-୩ ଯୋଜନାରେ ସ୍ପାଇସ୍‌ ଜେଟ୍‌ ବିମାନ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ କରିବ । ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦକୁ ଉଡ଼ିବ ସ୍ପାଇସ୍‌ ଜେଟ୍‌ ବିମାନ । ଏଥିପାଇଁ ଆଜିଠୁ ଟିକେଟ ବିକ୍ରିର ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀରୁ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ସ୍ପାଇସ୍‌ ଜେଟ୍‌ ବିମାନର ଟିକେଟ ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ ଅବସରରେ ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ । ଖୁବ୍‌ଶୀଘ୍ର ଝାରସୁଗୁଡ଼ାରୁ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦକୁ ବିମାନ ଉଡ଼ିବ । ଆଗାମୀଦିନରେ ଏହି ବିମାନବନ୍ଦର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ମଧ୍ୟ ଯୋଡ଼ି ହେବ । ଝାରସୁଗୁଡ଼ା ବିମାନବନ୍ଦର ଦ୍ୱାରା ନୂଆ ଅର୍ଥନୀତି ଯୋଡ଼ା ହେବା ସହ ନୂଆ ଉଦ୍ୟୋଗ ମଧ୍ୟ ଯୋଡ଼ି ହେବ ।
ଧର୍ମେନ୍ଦ୍ର କହିଲେ, ଆଜି ଓଡ଼ିଶା ତଥା ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଭାବନାତ୍ମକ ଦିନ । ଏହି ବ୍ୟବସ୍ଥା ପଶ୍ଚିମ ଓଡ଼ିଶାକୁ ବ୍ୟାପକ ସୁବିଧା ଯୋଗାଇବ । ସ୍ପାଇସ୍‌ ଜେଟ୍‌ ବିମାନ ଝାରସୁଗୁଡ଼ା-ଦିଲ୍ଲୀ-ଝାରସୁଗୁଡ଼ା, ଝାରସୁଗୁଡ଼ା-ହାଇଦ୍ରାବାଦ-ଝାରସୁଗୁଡ଼ା, ଝାରସୁଗୁଡ଼ା-କୋଲକାତା-ଝାରସୁଗୁଡ଼ା ରୁଟ୍‌ରେ ଚଳାଚଳ କରିବ । ପ୍ରତିଦିନ ଅପରାହ୍ନ ୧ଟା ୧୫ରେ ବିମାନ ଦିଲ୍ଲୀରୁ ବାହାରି ଦିନ ୩ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚିବ । ଝାରସୁଗୁଡ଼ାରୁ ଅପରାହ୍ନ ୩ଟା ୪୦ରେ ବାହାରି ଅପରାହ୍ନ ୫ଟା ୩୫ରେ ଦିଲ୍ଲୀରେ ଅବତରଣ କରିବ । ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୪ଟା ୧୦ରେ ବିମାନ ଉଡ଼ାଣ ଭରିବ । ସନ୍ଧ୍ୟା ୬ଟାରେ ହାଇଦ୍ରାବାଦରେ ଏହା ପହଞ୍ଚିବ । ସେଠାରୁ ସନ୍ଧ୍ୟା ସାଢ଼େ ୬ଟାରୁ ଉଡ଼ାଣ ଭରି ରାତି ୮ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ । କୋଲକାତାରୁ ଅପରାହ୍ନ ୨ଟା ୨୫ରେ ଉଡ଼ାଣ ଭରିବା ପରେ ଦିନ ୩ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ । ପୁଣି ଝାରସୁଗୁଡ଼ାରୁ ରାତି ୮ଟା ୪୦ରେ ବାହାରି ରାତି ୧୦ଟାରେ କୋଲକାତାରେ ଅବତରଣ କରିବ । ଓଡ଼ିଶାରେ ବିମାନବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ୯ଶହ କୋଟି ଟଙ୍କା ବ୍ୟୟରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଭାରତୀୟ ବାୟୁସେନାର ଉଚ୍ଚ ପ୍ରଶଂସା କରିଥିଲେ । ଧର୍ମେନ୍ଦ୍ର କହିଲେ, ଦୁଇଦିନ ହେବ ଭାରତୀୟ ବାୟୁ ସେନାର ବହୁ ଚର୍ଚ୍ଚା ହେଉଛି । ଭାରତର ବାୟୁସେନା ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢ଼ାଇଛି ।