PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ୍‌ ବିମାନ ପାକିସ୍ତାନରେ ଜରୁରୀ ଅବତରଣ, ୧୭ ଦିନରେ ଷଷ୍ଠ ଘଟଣା

ନୂଆଦିଲ୍ଲୀ ୦୫/ ୦୭: ଦିଲ୍ଲୀରୁ ଦୁବାଇ ଯାଉଥିବା ଏକ ବିମାନ ଜରୁରୀ ଅବତରଣ କରିଛି । ସ୍ପାଇସଜେଟ୍‌ର ଏକ ବିମାନ ପାକିସ୍ତାନର କରାଚୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିବା ନେଇ ସୂଚନା ମିଳିଛି । ଯାନ୍ତ୍ରୀକ ତୃଟି କାରଣରୁ ବିମାନଟି ଏମର୍ଜିନ୍ସି ଲ୍ୟାଣ୍ଡିଂ କରିଛି । ଯାହା ଫଳରେ ବାଧ୍ୟ ହୋଇ କରାଚୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଲ୍ୟାଣ୍ଡିଂ ପାଇଁ ଅନୁମତି ମଗାଯାଇଥିଲା । ସ୍ପାଇସଜେଟ୍‌ରେ ୧୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି ।

ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କରାଚୀ ଏୟାରପୋର୍ଟର ଲାଉଞ୍ଜରେ ସମସ୍ତ ଯାତ୍ରୀଙ୍କୁ ରଖାଯାଇଛି । ଇଞ୍ଜିନିୟରିଂ ଟିମ୍‌ ବିମାନର ଯାଞ୍ଚ ଜାରି ରଖିଛନ୍ତି । ଯାନ୍ତ୍ରୀକ ତୃଟିକୁ ସଂଶୋଧନ କରାଯିବା ପରେ ପୁଣି ଥରେ ବିମାନ ଉଡାଣ ଭରିବ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି ।

ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଇଞ୍ଜିନିୟରିଂ ଟିମ ବିମାନକୁ ଠିକ କରୁଛନ୍ତି । କ୍ଳିୟରାନ୍ସ ରିପୋର୍ଟ ମିଳିବା ପରେ ସ୍ପାଇସଗେଟ୍‌ ବିମାନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ । ବଡ କଥା ହେଉଛି ଗତ ୧୭ ଦିନ ମଧ୍ୟରେ ସ୍ପାଇସଜେଟ୍‌ର ୬ଟି ବିମାନରେ ଯାନ୍ତ୍ରୀକ ତ୍ରୁଟି ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ବିମାନ ଚଳାଚଳ ମନ୍ତ୍ରାଳୟ ତଦନ୍ତ ଆରମ୍ଭ କରିଦେଇଛି ।

ଡିଜିସିଆଇର ବୟାନ ଅନୁଯାୟୀ, ସ୍ପାଇସଜେଟ୍‌ର ବୋଇଂ-୭୩୭ ଏୟାରକ୍ରାଫ୍ଟ ଦିଲ୍ଲୀ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନ ଫ୍ୟୁଲ ଟାଙ୍କ୍‌ରେ କିଛି ସମସ୍ୟା ଦେଖିବାକୁ ମିଳିଥିଲା । ଯାହା ଫଳରେ ପାଇଲଟ୍‌ ଜରୁରୀ ଅବତରଣ କରିବାକୁ କହିଥିଲେ । ନିକଟରେ କରାଚୀ ଏୟାରପୋର୍ଟ ଥିବାରୁ ସେଠାରେ ଜରୁରୀ ଅବତରଣ କରାଯାଇଥିଲା ।

ଏ ନେଇ ପାକିସ୍ତାନ ବିମାନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ମିଳିଛି । ପାକିସ୍ତାନ ବିମାନ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ‘ଭାରତର ଏକ ଯାତ୍ରୀବାହୀ ବିମାନ ପାକିସ୍ତାନ ଏୟାରସ୍ପେସ୍‌ ଦେଇ ଦୁବାଇ ଯାଉଥିଲା । ଏହି ସମୟରେ କିଛି ଯାନ୍ତ୍ରୀକ ତ୍ରୁଟି କାରଣରୁ ପାଇଲଟ ପାକିସ୍ତାନ କଣ୍ଟ୍ରୋଲ ଟାଓ୍ବାର ସହ ସମ୍ପର୍କ କରିଥିଲେ । ତୁରନ୍ତ ଜରୁରୀ ଅବତରଣ କରିବା ପାଇଁ ଅନୁମତି ମାଗିଥିଲେ ବିମାନ ଚାଳକ । ପରେ ତୁରନ୍ତ ପାକିସ୍ତାନ ବିମାନ ମନ୍ତ୍ରାଳୟ ପକ୍ଷରୁ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା’।