ସ୍ପୋର୍ଟସ୍ ବ୍ରାଣ୍ଡ ଆଡିଡାସ୍ ହେଲା BCCIର ନୂଆ କିଟ୍ ପ୍ରାୟୋଜକ

SportsMint Media
ନୂଆଦିଲ୍ଲୀ ୨୩/ ୦୫: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଆସନ୍ତା ୨୦୨୮ ପର୍ଯ୍ୟନ୍ତ, ଆଡିଡାସକୁ କିଟ୍ ସ୍ପୋନସରସିପ୍ (ସରଞ୍ଜାମ ପ୍ରାୟୋଜକ) ଭାବେ ଚୁକ୍ତି ସ୍ବାକ୍ଷରିତ କରିଛି । ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଆଡିଡାସ୍ ହିଁ ଖେଳାଳିଙ୍କ କିଟ୍ ପ୍ରସ୍ତୁତ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ଦି ଓଭାଲରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତୀୟ ଦଳ ନୂତନ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବା ସହିତ କିଟ୍ ଗୁଡିକରେ ଆଡିଡାସ୍ର ଲୋଗୋ ଦେଖିବାକୁ ମିଳିବ ।
ଆଡିଡାସ୍ କମ୍ପାନୀ ଖେଳାଳିଙ୍କ ଜର୍ସି ସମେତ, କ୍ରିକେଟ୍ ସରଞ୍ଜାମ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବ । ଭାରତୀୟ ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍ ଦଳ ପାଇଁ ଏହି ସବୁ ସାମଗ୍ରୀ ତିଆରି କରିବ ଆଡିଡାସ୍ । ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ‘ବିଶ୍ବର ଅତ୍ୟତମ ସ୍ପୋର୍ଟସ୍ ବ୍ରାଣ୍ଡ ଆଡିଡାସ୍ ସହ ସହଭାଗିତା କରିବା ବେଶ୍ ଉତ୍ସାହର ବିଷୟ’।
We are excited to join hands 🤝 with #adidasIndia as the official kit sponsor of the Indian Cricket Team!
— BCCI (@BCCI) May 23, 2023
Get ready to witness our Indian Cricket Team in the iconic #3stripes! #adidasXBCCI #adidasIndiaCricketTeam #ImpossibleisNothing pic.twitter.com/jb7k2Hcfj9
ଟ୍ବିଟ୍ କରି ବିସିସିଆଇ କହିଛି କି, ‘ଭାରତୀୟ କ୍ରିକେଟ୍ ଟିମ୍ ପାଇଁ କିଟ୍ ପ୍ରାୟୋଜକ ଭାବେ ଆଡିଡାସ୍ ସହ ସହଭାଗିତା ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ’। ଆସନ୍ତା ଜୁନ ୭ ତାରିଖରୁ ଦି ଓଭାଲରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନୂଆ ଜର୍ସିରେ ନଜର ଆସିବେ ଟିମ୍ ଇଣ୍ଡିଆ ଖେଳାଳି । ଜର୍ସି ସମେତ କିଟ୍ ଗୁଡିକରେ ଆଡିଡାସ୍ କମ୍ପାନୀର ଲୋଗୋ ରହିବ ।
ସୂଚନା ଥାଉ କି, ୨୦୨୦ରେ ଆମେରିକୀୟ କମ୍ପାନୀ ନାଇକ୍ ଚୁକ୍ତିନାମା ଶେଷ ହେବା ପରେ ମୋବାଇଲ ପ୍ରିମିୟର ଲିଗ୍ (MPL)କୁ କିଟ୍ ସ୍ପୋନସର୍ ଭାବେ ଚୁକ୍ତି କରିଥିଲା ବିସିସିଆଇ । ପରେ କିଲର୍ ଜିନ୍ସ ସହ ଚୁକ୍ତି କରାଯାଇଥିଲା ଯାହାର ଚୁକ୍ତିନାମା ଆସନ୍ତା ମେ ୩୧ ତାରିଖରେ ଶେଷ ହେବାକୁ ଯାଉଛି । ଜୁନ ୧ ତାରିଖରୁ ଅଧିକାରୀକ ଭାବେ ଆଡିଡାସ୍ କିଟ୍ ପ୍ରାୟୋଜକ ହେବ ।