୬୦୦ କର୍ମଚାରୀ ଛଟେଇ କଲା ସ୍ପଟିଫାଏ, ଦେଲା ୫ ମାସର କ୍ଷତିପୂରଣ

ନୂଆଦିଲ୍ଲୀ,୨୪/୦୧: ସ୍ୱିଡେନ ଭିତ୍ତିକ ମ୍ୟୁଜିକ ଷ୍ଟ୍ରିମିଂ କମ୍ପାନି ସ୍ପଟିଫାଏ ଏହାର ମୋଟ ଶ୍ରମଶକ୍ତିର ୬% ବା ୬୦୦ କର୍ମଚାରୀଙ୍କୁ ଛଟେଇ କରିଛି । କମ୍ପାନିର ସିଇଓ କହିଛନ୍ତି, ଏବେ ରାଜସ୍ୱ ଅଭିବୃଦ୍ଧି ଏବଂ ନୂଆ ନିବେଶ ଉପରେ କମ୍ପାନି ଫୋକସ କରୁଛି । ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନରେ ରଖି ଛଟେଇ କରାଯାଇଛି । ଛଟେଇ କର୍ମଚାରୀଙ୍କୁ ୫ ମାସର କ୍ଷତିପୂରଣ ସହ ସ୍ୱାସ୍ଥ୍ୟ ସୁବିଧା ଦିଆଯିବ ।
ଉଲ୍ଲେଖଯୋଗ୍ୟ କମ୍ପାନିରେ ୯,୮୦୦ ପୂର୍ଣ୍ଣକାଳିନ କର୍ମଚାରୀ କାମ କରୁଥିଲେ । ଖର୍ଚ୍ଚ କାଟ ଏବଂ ଛଟେଇ ପଦକ୍ଷେପ ଅନ୍ତର୍ଗତ କମ୍ପାନି ଗତ ଅକ୍ଟୋବରରେ ଏହାର ନିଜ ଷ୍ଟୁଡିଓରୁ ୧୧ ଓରିଜିନାଲ ପଡ୍କାଷ୍ଟ ବନ୍ଦ କରିଥିଲା ।