PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ‘ଶ୍ରୀମୟୀ ମା’, ଏ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବ । ଏହାର ମୂଳ ଲେଖା ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ନବ କୁମାର ବସୁ ଲେଖିଛନ୍ତି । ଯାହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ । ଏହା ଏକ ଯୁଗ୍ମ ଉପନ୍ୟାସ । ମା’ ସାରଦା ଦେବୀଙ୍କ ଜୀବନ ବୃତ୍ତାନ୍ତ ଓ ଜୀବନ ସଂଗ୍ରାମ ଉପରେ ଆଧାରିତ ଏହି ପୁସ୍ତକ ଓଡ଼ିଆ ପାଠକଙ୍କ ପାଖକୁ ପହଞ୍ଚାଇବାକୁ ପ୍ରୟାସ କରାଯାଇଛି । ମା’ ସାରଦାଙ୍କର ଓଡ଼ିଶା ସହ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଏଥିରେ ବର୍ଣ୍ଣିତ ହୋଇଛି । ପ୍ରଥମେ ପୌରୁଷ ପତ୍ରିକାରେ ଧାରାବାହିକ ଭାବେ ଏହାର ଲେଖାମାନ ପ୍ରକାଶ ପାଇବା ପରେ ଏହାକୁ ପୁସ୍ତକ ରୂପେ ଆମ ଓଡ଼ିଶା ପ୍ରକାଶନୀ ପକ୍ଷରୁ ପ୍ରକାଶିତ କରାଯାଇଛି ।
୨୦୧୮ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅନୁବାଦ ସାହିତ୍ୟରେ ପୁରସ୍କାର ଘୋଷଣା ହୋଇଛି । ୨୪ଟି ବହିକୁ ଏହି ପୁରସ୍କାର ମିଳିଛି । ଚୟନ କମିଟି ଦ୍ୱାରା ପୁସ୍ତକଗୁଡ଼ିକ ମନୋନୀତ ହେବା ପରେ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ପୁରସ୍କାର ଲାଗି ପୁସ୍ତକସବୁକୁ ସ୍ୱୀକୃତି ମିଳିଥିଲା । ପୁରସ୍କାର ରାଶି ୫୦ ହଜାର ଟଙ୍କା ରହିଛି । ଓଡ଼ିଆ ଭାଷା ଲାଗି ଜୁରୀ ସଦସ୍ୟ ଭାବେ ଗାୟତ୍ରୀ ସରାଫ୍‌, ପ୍ରଫେସର କାଳିଦାସ ମିଶ୍ର, ଡ. ସଂଗ୍ରାମ ଜେନା ରହିଥିଲେ ।