କାଳବୈଶାଖୀ ପ୍ରଭାବ : ତୁରନ୍ତ ରାସ୍ତାରୁ ଗଛ ହଟାଇବା ସହ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ଏସଆରସି ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ୨୫।୫ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର କାଳବୈଶାଖୀ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା। ପବନରେ ଗଛ ଭାଙ୍ଗିବା ସହ ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ବଜ୍ରପାତରେ ଜୀବନ ହାନୀ ମଧ୍ୟ ଘଟିଛି। ଏପରିକି ଟ୍ବିନସିଟିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ତେବେ କାଳବୈଶାଖୀରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବାରୁ ପରିସ୍ଥିତିର ତୁରନ୍ତ ସମୀକ୍ଷା କଲେ ଏସଆରସି । ରାସ୍ତାରୁ ଗଛ ହଟାଇବା ଓ ତୁରନ୍ତ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କାଳବୈଶାଖୀ ପ୍ରଭାବରେ ରାସ୍ତାରେ ପଡିଥିବା ଗଛକୁ ତୁରନ୍ତ ହଟେଇବା ସହ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ନିର୍ଦେଶ ଦେଇଛନ୍ତି।ଏଥିସହ ଅଗ୍ନିଶମ ବାହିନୀର ସହାୟତା ନେବାକୁ କହିଛନ୍ତି। କାଳବୈଶାଖୀରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଶୀଘ୍ର ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।