PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ : ଏସଆରସି

ଭୁବନେଶ୍ଵର, ୧୬/୦୮ : ପୁରୀ, ଖୋର୍ଦ୍ଧା, କଟକ, ବୌଦ୍ଧ, ଜିଲ୍ଲାରେ କିଛି ଅଞ୍ଚଳରେ ବନ୍ୟା ପାଣି ପଶିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଆବଶ୍ୟକ ଅନୁଯାୟୀ ସ୍ଥାନାନ୍ତରଣ କରିବେ। ଯେତେଦିନ ଚାହିଁବେ ରିଲିଫ ଦେଇପାରିବେ। ଚଳିତ ବର୍ଷ ପ୍ରଥମ ବନ୍ୟା ଆସୁଥିବାରୁ ଅଧିକ ଘଳିଆ ପଡ଼ିବ। ସ୍କୁଲ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବେ। ପଶୁ ଖାଦ୍ୟ ପାଇଁ ଜିଲ୍ଲାପାଳମାନେ ସିଧା ଓମ୍ଫେଡ଼କୁ ଚିଠି ଲେଖିବେ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।

ଏସଆରସି କହିଛନ୍ତି ଯେ, ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈତରଣୀରେ ଛୋଟିଆ ଘାଇ ହୋଇଛି। ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି। ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ଅଧିକ ଟିମ୍ ପ୍ରସ୍ତୁତ ରଖାଯାଇଛି। ରାସ୍ତା କିମ୍ଵା ବ୍ରିଜ୍ ଉପରେ ବନ୍ୟା ଜଳ ଚାଲୁଥିଲେ ଯିବା ଆସିବା ନକରିବାକୁ ବାରଣ କରାଯାଇଛି।