ହାଇଦ୍ରାବାଦ : ଚଳିତ ଆଇପିଏଲ୍ର ୩୧ ତମ ଲିଗ୍ ମ୍ୟାଚରେ ଆଜି ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀ ସହ ଖେଳୁଛି। ଏହି ମ୍ୟାଚଟି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଏହି ମୁକାବିଲାରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ହାଇଦ୍ରାବାଦର ଟିମ୍ ପ୍ରଥମେ ବ୍ୟାଟିଂ କରୁଛି।ଏହି ମ୍ୟାଚରେ ଉଭୟ ଦଳ ନିକଟରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିବା ପାଇଁ ସୁଯୋଗ ରହିଛି। ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।
ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ହରାଇ ଦିଲ୍ଲୀର ମନୋବଳ ବୃଦ୍ଧି ପାଇଛି । ଅବଶ୍ୟ ଦଳର ପ୍ରଦର୍ଶନ ଉନ୍ନତ ରହିଛି । କେବଳ ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ ନେଇ ରହିଥିବା ଦୁର୍ବଳତା ଦୂର ହୋଇନାହିଁ । ହାଇଦ୍ରାବାଦ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବିନା ଖେଳୁଥିଲେ ହେଁ ଇଶାନ କିଷନଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରୁଛି । କିଷନଙ୍କ ନେତୃତ୍ୱକୁ ପ୍ରଶଂସା ମିଳୁଛି । ଗତ ଶନିବାର ଅନୁଷ୍ଠିତ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲ ଆହତ ହୋଇଥିଲେ ।
ହାଇଦ୍ରାବାଦ ପ୍ଲେଇଂ ଇଲେଭନ : ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ କିଶନ, (ଅଧିନାୟକ), ହେନରିକ କ୍ଲାସେନ , ସଲିଲ ଆରୋରା, ଅନିକେତ ବର୍ମା, , ନୀତିଶ କୁମାର ରେଡ୍ଡୀ, ହର୍ଷ ଦୁବେ , ସାବିକ ହୁସୈନ , ଇଶାନ ମଲିଙ୍ଗା ।
ଦିଲ୍ଲୀ ପ୍ଲେଇଂ ଇଲେଭନ: ପଥୁମ ନିଶାଙ୍କା, କେଏଲ ରାହୁଲ, ସମୀର ରିଜଭୀ, ନୀତୀଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ,, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, କୁଲଦୀପ ଯାଦବ, ମୁକେଶ କୁମାର, ଟି ନଟରାଜନ , ଲୁଙ୍ଗି ଏନଗିଡି ।