PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

କଳାହାଟ ଦ୍ୱାର ରୁପା ଛାଉଣି , କାଠ ଫ୍ରେମ୍‌ ସ୍ଥାପନ ଆରମ୍ଭ

ପୁରୀ,୦୨/୦୭: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଶୁକ୍ରବାର ରାତିରୁ ଆରମ୍ଭ ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀମନ୍ଦିର ସାତଟି ଦ୍ୱାରରେ ରୁପା ଛାଉଣି ସରିଛି । ବାକି ରହି ଯାଇଛି କଳାହାଟ ଦ୍ୱାରରେ ରୁପା ଛାଉଣି । ରୁପା ଚାଦରଗୁଡିକରେ ବିଭିନ୍ନ ଡିଜାଇନ ଯୁକ୍ତ କରାଯାଇଛି । ମହାପ୍ରଭୁଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ରାତିରେ କଳାହାଟ ଦ୍ୱାର କାଠ ଫ୍ରେମ ଲାଗିବ । କାଠ ଫ୍ରେମ ଉପରେ ରୁପା ଚାଦର ଆବରଣ ବସିବ । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଫେରିବା ବେଳେକୁ ରୁପା ଦ୍ୱାର ସ୍ଥାପନ ସରିଥିବ । ଏହି ଦ୍ୱାରର ଓଜନ ସାତ ରୁ ଆଠ ଟନ୍‌ । ଦ୍ୱାରର ସହଜ ଚଳାଚଳ ପାଇଁ ଦ୍ୱାରଗୁଡିକ ବିଅରିଂ ଉପରେ ଠିଆ କରାଯିବ ବୋଲି ଖବର ମିଳିଛି ।