ମୁମ୍ବାଇ,୬/୬ : ଭେଟରାନ ଫିଲ୍ମ ମେକର ଏସ.ଏସ.ରାଜମୌଲୀଙ୍କ ଆଗାମୀ ଫିଲ୍ମ ‘ବାରଣାସୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ କ୍ରେଜ ରହିଛି । ଏହି ପିଲ୍ମ ସହ ଯୋଡ଼ି ହୋଇଥିବା ଛୋଟ ବଡ଼ ଅପଡେଟ୍ ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ବଢାଇ ଦେଉଛି । ଏବେ ଏହି ମେଗା ବଜେଟ ଫିଲ୍ମକୁ ନେଇ ଏକ ବହୁତ ଆଶ୍ଚର୍ଯ୍ୟଜନକ ଏବଂ ବଡ଼ ଖୁଲାସା ହୋଇଛି ।

ପ୍ରକାଶ ଯେ, ରାଜମୌଲୀଙ୍କ ବାପା ଏବଂ ଫେମସ ରାଇଟର କେ.ବି.ବିଜୟେନ୍ଦ୍ର ପ୍ରସାଦ କନଫର୍ମ କରିଛନ୍ତି କି ଫିଲ୍ମରେ ରାମାୟଣ ସମୟ ସହ ଯୋଡ଼ି ହୋଇଥିବା ଭଗବାନ ଶ୍ରୀରାମ ଏବଂ ମହାବଳୀ କୁମ୍ଭକର୍ଣ୍ଣଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଦେଖିବାକୁ ମିଳିବ । ଏହା କୌଣସି ଛୋଟ ସିନ୍ ନୁହେଁ, ବରଂ ପୂରା ୩୦ମିନିଟର ଏକ ସିକ୍ବେନ୍ସ ହେବାକୁ ଅଛି । ଯାହା ଫିଲ୍ମ ହଲରେ ଫ୍ୟାନ୍ସଙ୍କ ରୁମ ଛିଡ଼ା କରିଦେବ । ଫିଲ୍ମରେ ସୁପରଷ୍ଟାର ମହେଶ ବାବୁ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ ।

ନିକଟରେ ଏକ ଇଭେଣ୍ଟରେ ରାଜମୌଲୀଙ୍କ ବାପା ବିଜୟେନ୍ଦ୍ର ପ୍ରସାଦଙ୍କୁ ଏହି ୩୦ମିନିଟର ସିନ୍ ବିଷୟରେ ଏକ ପ୍ରଶ୍ନ କରାଯାଇଥିଲା । ତାଙ୍କୁ ପଚରାଯାଇଥିଲା କି ଏହି ସିନ୍ କୌଣସି ପୌରାଣିକ ପୃଷ୍ଠଭୂମୀ ଉପରେ ଆଧାରିତ ଅଟେ କିମ୍ବା ଏହାର କୌଣସି ପଲିଟିକାଲ କନେକ୍ସନ ଅଛି ତ ସେ ଖୋଲିକରି କହିଛନ୍ତି । ରାଇଟର କହିଛନ୍ତି କି, ଏହା ପ୍ରକୃତରେ ରାମ ଏବଂ କୁମ୍ଭକର୍ଣ୍ଣ ମଧ୍ୟରେ ଲଢେଇର ସିନ୍ ଅଟେ… ଆପଣମାନେ ଟ୍ରେଲରରେ ବି ଏହି କଥାର ନୋଟିସ୍ କରିଥିବେ । ସେଠାରେ ରାମ ଏବଂ କୁମ୍ଭକର୍ଣ୍ଣ ଦେଖାଯାଉଛନ୍ତି। ଏହାସହ ଭଗବାନ ହନୁମାନଙ୍କ ଲାଞ୍ଜ ଏବଂ ଏହା ଉପରେ ଏକ ରଥ ବି ନଜର ଆସୁଛି । ମୁଁ ସେହି ଭିଜୁଆଲ ବିଷୟରେ କହୁଛି । ତାହା ସତରେ ମନ୍ତ୍ରମୁଗ୍ଧ କରିଦେବ ।

ନିର୍ଦ୍ଦେଶକ ଏସ.ଏସ.ରାଜମୌଲୀ ପ୍ରଥମରୁ ହିଁ ଏହି କଥା ଉପରେ ମୋହର ମାରି ସାରିଛନ୍ତି କି ମହେଶ ବାବୁ ଫିଲ୍ମରେ ‘ରାମ’ଙ୍କ ଚରିତ୍ର ନିଭାଉଛନ୍ତି । ଗତ ବର୍ଷ ଏକ କାର୍ଯ୍ୟକ୍ରମ ସମୟରେ ରାଜମୌଲୀ ମହେଶ ବାବୁଙ୍କ ଲୁକକୁ ନେଇ ନିଜ ଏକ୍ସପେରିୟନ୍ସ ସେୟାର କରିଥିଲେ । ସେ କହିଥିଲେ କି, ସୁଟିଂର ପ୍ରଥମ ଦିନ ଯେତେବେଳେ ମହେଶ ବାବୁ ଫଟୋଶୁଟ୍ ଲାଗି ଭଗବାନ ରାମଙ୍କ ପୂରା ଗେଟଅପରେ ପ୍ରସ୍ତୁତ ହୋଇ ମୋ ପାଖକୁ ଆସିଥିଲେ, ସେତେବେଳେ ତାଙ୍କୁ ଦେଖି ମୋ ରୁମ ଛିଡ଼ା ହୋଇଯାଇଥିଲା । ଗୋଟିଏ ମୂହୁର୍ତ୍ତ ଲାଗି ମୁଁ ଦ୍ବନ୍ଦରେ ପଡ଼ି ଯାଇଥିଲି। ମହେଶଙ୍କ ଚେହେରା ଉପରେ ଯେଉଁଠି ଗୋଟିଏ ପଟେ ଭଗବାନ କୃଷ୍ଣଙ୍କ ଭଳି ଆକର୍ଷଣ ତ ଅନ୍ୟପଟେ ଶ୍ରୀରାମଙ୍କ ଭଳି ଅସୀମ ଶାନ୍ତି ଏବଂ ସୌମ୍ୟତା ବି ଅଛି । ତାଙ୍କର ଏହି ଲୁକକୁ ଦେଖି ମୋର ଭରସା ଦୁଇ ଗୁଣ ହୋଇଯାଇଥିଲା । ମୁଁ ସେହି ଫଟୋକୁ ନିଜ ଫୋନର ଓ୍ବାଲପେପର ବି କରି ନେଇଥିଲି । କିନ୍ତୁ ପରେ ଏହାକୁ ଡରରେ ହଟାଇ ଦେଇଥିଲି କି ଅନ୍ୟ କେହି ନ ଦେଖନ୍ତୁ ।