ଭୁବନେଶ୍ଵର, ୨୨/୦୭ : ଭିଜିଲାନ୍ସ ଜାଲରେ ଥୁଆମୂଳା. ରାମପୁର OAV ପ୍ରିନ୍ସପାଲ୍। ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ OAV ପ୍ରିନ୍ସପାଲ୍ ସୀତାକାନ୍ତ ରଣା। ସଫେଇ କାମ ପାଇଁ ଏକ ପେଣ୍ଡିଂ ବିଲ୍ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। 

ସୂଚନାନୁଯାୟୀ, ଥୁଆମୂଳା ରାମପୁରର OAV ପ୍ରିନ୍ସପାଲ୍ ସୀତାକାନ୍ତ ରଣା ଜଣେ ଏସଏଚଜି ମହିଳାଙ୍କର ୩ ମାସର ବାକିଆ ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରିଣୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଆଜି ସୀତାକାନ୍ତ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ମୁତାବକ ଚଢାଉ କରିଥିଲା। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଏବେ ସୀତାକାନ୍ତଙ୍କ ଦୁଇଟି ଠିକଣାରେ ଚଢାଉ କରୁଛି। କୋରାପୁଟ ଭିଜିଲାନ୍ସ ସୀତାକାନ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।... 

ଆହୁରି ପଢନ୍ତୁ- ତାମିଲନାଡୁରୁ ଆସିପାରୁନି ଦାଦନ ପୁଅର ମୃତଦେହ, ଶବ ଫେରାଇ ଆଣିବାକୁ ବାପାର ଆକୁଳ ନିବେଦନ 

High Alert at Puri Railway Station | ବାହୁଡ଼ା ପୂର୍ବରୁ ପୁରୀ ଷ୍ଟେସନରେ ହାଇ ଆଲର୍ଟ !