ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଏସଏସପୁର ସେବା ସମବାୟ ସମିତି ସଭାପତିଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

Published By : Gurupada Nath | June 8, 2025 10:40 PM

ନୀଳଗିରି,୮/୬ : ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ସ୍ୱତନ୍ତ୍ର ଭାବେ ରାଜଧାନୀ ଭୁବନେଶ୍ବର ସ୍ଥିତ ରାଜ ଭବନଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ରାଜ୍ୟପାଳ ଆର. ସି. ଏସ  ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତସାମନ୍ତ, କମିଶନର ଯୋଗଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଆନ୍ତର୍ଜାତିକ ସମବାୟ ସମାରୋହରେ ପ୍ରତି ଜିଲ୍ଲାରୁ ୨ଟି ଲେଖାଁଏ ସମିତିକୁ ନିମନ୍ତ୍ରଣ କରାଯାଇଥିଲା। ଉକ୍ତ ସମାରୋହରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ଶ୍ୟାମ ସୁନ୍ଦରପୁର ପ୍ରାଥମିକ କୃଷି ସମିତିକୁ ନିମନ୍ତ୍ରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମନୋରଞ୍ଜନ ଦାସଙ୍କୁ ରାଜ୍ୟପାଳ ମାନପତ୍ର ଓ ବ୍ୟାଚ ଦେଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଦାସଙ୍କ ସହ ସମିତି ସଭ୍ୟ ପୁରସ୍ତମ୍ଭ ସେଠୀ, ସମିତିର ସମ୍ପାଦକ ଗଦାଧର ପାତ୍ର, ନୀଳଗିରି ଏଆରସିଏସ କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ବିଭୂତି ଭୂଷଣ ବାରିକ ପ୍ରମୁଖ ସମାରୋହରେ ଯୋଗ ଦେଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.