ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ହିନ୍ଦୀ ଏକ ମାସ୍କ, ସଂସ୍କୃତ ଏହା ଭିତରେ ଲୁଚି ଥିବା ଚେହେରା’ : ଭାଷା ବିବାଦ ଭିତରେ ଷ୍ଟାଲିନଙ୍କ ବଡ଼ ବୟାନ

Published By : Harapriya Biswal | February 27, 2025 7:42 PM

ନୂଆଦିଲ୍ଲୀ,୨୭।୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ପୁଣିଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ରାଜ୍ୟ ସରକାର ହିନ୍ଦୀକୁ ଲାଗୁ କରିବାର ଅନୁମତି ଦେବେନି ଏବଂ ତାମିଲ ଭାଷା ଓ ସଂସ୍କୃତିର ରକ୍ଷା କରିବେ। ସିଏମ୍ ଷ୍ଟାଲିନ ନିଜ ପତ୍ରରେ ଲେଖିଛନ୍ତି, ଆମ ଉପରେ ହିନ୍ଦୀକୁ ଲଦି ଦେବାକୁ ଆମେ ବିରୋଧ କରିବୁ। ହିନ୍ଦୀ ଏକ ମୁଖା, ସଂସ୍କୃତ ହେଉଛି ତା ଭିତରେ ଲୁଚିଥିବା ଚେହେରା।’

ଡିଏମ୍‌କେ ସରକାରଙ୍କ ଦାବି ଯେ, ଜାତୀୟ ଶିକ୍ଷା ନୀତି ଅନୁସାରେ ତିନୋଟି ଭାଷାର ଫର୍ମୁଲା ଜରିଆରେ ହିନ୍ଦୀ ଆମ ଉପରେ ଲଦିବାର ଚେଷ୍ଟା କରାଯାଉଛି। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିଏମ୍ ଷ୍ଟାଲିନ୍ ନିଜ ପତ୍ରରେ କହିଛନ୍ତି, ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ମୈଥିଲି, ବ୍ରଜଭାଷା, ବୁନ୍ଦେଲଖଣ୍ଡି ଓ ଅବଧି ଭଳି ଭାଷା ହିନ୍ଦିର ପ୍ରଭୂତ୍ବକୁ ଶେଷ କରି ଦେଇଛି। ୨୫ ରୁ ଅଧିକ ଉତ୍ତର ଭାରତୀୟ ଭାଷା ହିନ୍ଦି ଓ ସଂସ୍କୃତର ପ୍ରଭୂତ୍ବ କାରଣରୁ କ୍ଷତିଗ୍ରସ୍ତ ହୋଇଛି। 

ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସଂସ୍କୃତକୁ ପ୍ରୋତ୍ସାହନ ଦିଆଯାଉଛି। ଏଭଳି କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି। ଯଦି ତାମିଲନାଡୁ ତିନି ଭାଷା ନୀତିକୁ ଗ୍ରହଣ କରେ ତେବେ ତାମିଲକୁ ଅଣଦେଖା କରାଯିବ। ଭବିଷ୍ୟତରେ ସଂସ୍କୃତର ପ୍ରାଧାନ୍ୟ ବଢିଯିବ।’ 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.