PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଟଙ୍କା ଫେରସ୍ତ କଥା ବିଚାର କରିବାକୁ ‘ସେବି’କୁ ନିର୍ଦ୍ଦେଶ

କଟକ,୯ା୨(ବ୍ୟୁରୋ): ଓଡିଶାର ଅନେକ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ପାନ୍‌ କାର୍ଡ କ୍ଲବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ‘ସେବି’ ଏବେ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଓଡିଶାର ଜମାକାରୀଙ୍କ ଅର୍ଥ କିପରି ଫେରସ୍ତ ହୋଇପାରିବ ସେ ସଂକ୍ରାନ୍ତରେ ଷ୍ଟକ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବି) ବିଚାର କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀମାନେ ରିପ୍ରେଜେଣ୍ଟେସନ୍‌ ଦେବାର ଦୁଇ ମାସ ମଧ୍ୟରେ ସେବି ଏ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି । ଏଥିସହ ହାଇକୋର୍ଟ ମାର୍କେଟର୍ସ ୱେଲ୍‌ଫେୟାର୍‌ ଆସୋସିଏସନ୍‌କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଆସୋସିଏସନ୍‌ କିମ୍ବା ଏହାର କୌଣସି କର୍ମକର୍ତ୍ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସି.ଆର. ଦାଶ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ପାନ୍‌ କାର୍ଡ କ୍ଲବ୍‌ ପକ୍ଷରୁ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଶାଖା କାର୍ଯ୍ୟାଳୟ ଖୋଲାଯାଇ ଜମାକାରୀଙ୍କଠାରୁ ଜମାରାଶି ନିଆଯାଉଥିଲା । ଓଡିଶାରେ ମାର୍କେଟର୍ସ ୱେଲ୍‌ଫେୟାର ଆସୋସିଏସନ ଜରିଆରେ ଜମାକାରୀମାନେ ସେମାନଙ୍କ ଅର୍ଥ ପାନ୍‌ କାର୍ଡରେ ଜମା ରଖୁଥିଲେ । ଦେଶରେ ପ୍ରାୟ ୭ ହଜାର କୋଟି ଟଙ୍କା ପାନ୍‌ କାର୍ଡରେ ଜମା ହୋଇଥିଲା ବେଳେ ଓଡିଶାରେ ବି ଏଥିରେ କୋଟି କୋଟି ଟଙ୍କା ଜମା ହୋଇଛି । କିଛି ଜମାକାରୀଙ୍କ ଜମାରାଶି ଅବଧି ପୂରଣ (ମାଚୁରିଟି) ହୋଇଯିବାରୁ ସେମାନେ ତାଙ୍କ ଜମା ଅର୍ଥ ଫେରି ଚାହିଁଲେ । କିନ୍ତୁ ସେମାନଙ୍କୁ ମାଚ୍ୟୁରିଟି ଅର୍ଥ ଫେରସ୍ତ କରାଗଲା ନାହିଁ । ପରେ ସେବିର ଅନୁମତି ନନେଇ ପାନ୍‌ କାର୍ଡ ସଂସ୍ଥା ଜମାକାରୀଙ୍କଠାରୁ ଜମା ଅର୍ଥ ନେଉଥିବା ଜଣାପଡିଥିଲା । ଏଭଳି ବେଆଇନ ଭାବେ ପାନ୍‌ କାର୍ଡ ସଂସ୍ଥା ପକ୍ଷରୁ ଜମା ଅର୍ଥ ଆଦାୟ କରାଯାଉଥିବାରୁ ସେବି ପକ୍ଷରୁ ଏହି ସଂସ୍ଥା ନାମରେ ମାମଲା ରୁଜୁ କରାଯାଇ ଏହାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏପଟେ ଓଡିଶାର ଲୋକେ ସେମାନଙ୍କ ଜମା ଅର୍ଥ କିପରି ଫେରସ୍ତ ପାଇପାରିବେ ସେ ନେଇ ମାର୍କେଟର୍ସ ୱେଲ୍‌ଫେୟାର ଆସୋସିଏସନ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ଏହି ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର