ଭୁବନେଶ୍ବର, ୨୧/୩ : ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଘୋଷଣା । ଗତ କାଲି ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୭ଟି ବିଭାଗ ଯଥା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୁଡ଼ିକ ହେଲା …
ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟମାନେ ଅତିରିକ୍ତ ୫ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ ।
DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । ସେହିଭଳି
ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ।
ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି- : (କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ । (ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ। (ଗ) ଦୁର୍ଘଟଣା ଏବଂ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ । (ଘ) ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା । (ଙ) ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ରାଜ୍ୟରେ ସେତୁ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଏହି ନୀତିରେ ରାଜ୍ୟର ସମସ୍ତ ସେତୁର ସବିଶେଷ ସୂଚନାକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଗ୍ରହ ପାଇଁ ‘ଅନଲାଇନ୍ ସେତୁ ସୂଚନା ପ୍ରଣାଳୀ’ (Comprehensive Online Bridge Information System-BIS) ବିକଶିତ କରାଯିବ। ଆଧୁନିକ ପ୍ରକ୍ରିୟାରେ ସେତୁଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ କରାଯିବ। ସେତୁ ଗୁଡ଼ିକର ଅବସ୍ଥାର ମୂଲ୍ୟାଙ୍କନ ରିପୋର୍ଟ ନିୟମିତ ଭାବରେ ଅନଲାଇନ୍ Bridge Information System ଓ Odisha Road Asset Management System ରେ ଅପଡେଟ୍ କରାଯିବ।ଓଡ଼ିଶାରେ ଦକ୍ଷ ଏବଂ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଗତକାଲି ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫”କୁ ଅନୁମୋଦନ କରିଛନ୍ତି ।