ଭୁବନେଶ୍ୱର,୨୬/୦୧: ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ହରିବାବୁ କମ୍ବମପତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ହୋଇଛନ୍ତି । ଗାନ୍ଧି ମାର୍ଗରେ ଭବ୍ୟ ପରେଡ୍ ହୋଇଛି ।ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପରେଡ୍ରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ୪୫ ବାଳକ, ୩୫ ବାଳିକା ୭ଟି ବୁଲେଟରେ ଶ୍ରୀଶକ୍ତିରୁ 'ଅପରେସନ୍ ସିନ୍ଦୂର' ବାର୍ତ୍ତା ଦେଇଛନ୍ତି ।
ପରେଡ୍ କମାଣ୍ଡର ଆଇପିଏଲ ରାକେଶ କୁମାର ସାହୁ ମୁଖ୍ୟ ଅତିଥିଙ୍କଠାରୁ ଅନୁମତି ଗ୍ରହଣ କରିବା ପରେ ଗାନ୍ଧୀ ମାର୍ଗରେ ୭୭ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍ ଆରମ୍ଭ ହୋଇଥିଲା । ପ୍ରଥମେ ୧୨୦ ଆର୍ମି ବାଟାଲିୟନ ପରେଡ୍ କରିଥିଲେ । ଏହାପରେ ବର୍ଡର ସିକ୍ୟୁରିଟି ଫୋର୍ସ ପ୍ଲାଟୁନ, ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ, ସିଆରପିଏଫ ବ୍ୟାଣ୍ଡ, ସ୍ଟେଟ୍ ଆର୍ମ ଫୋର୍ସ କଣ୍ଟିଜେଣ୍ଟ ପରେଡ୍ ପରିବେଶଷ କରିଥିଲେ । ଏହା ପରେ ଇଣ୍ଡିଆ ରିଜର୍ଭ ବାଟାଲିୟନ ଜାତୀୟ ପତାକାକୁ ସମ୍ମାନ ଦେଇ ପରେଡ୍ କରିଥିଲେ । ମହିଳା ଟ୍ରାଫିକ୍ ପୁଲିସ୍ର ଏକ କଣ୍ଟିଜେଣ୍ଟ, ହୋମ୍ ଗାର୍ଡଙ୍କ ଏକ ପ୍ଲାଟୁନ ପରେ ସିଭିଲ ଡିଫେନ୍ସ ବାଳକ ଓ ବାଳିକାଙ୍କର ଏକ ପ୍ଲାଟୁନ ପରେଡ୍ ପରିବେଶଣ କରିଥିଲେ । ଏହାପରେ ସୈନିକ ସ୍କୁଲ ପିଲାଙ୍କର ଏକ ଗ୍ରୁପ, ଏନସିସି ସିନିୟର ଡିଭିଜନ ପ୍ଲାଟୁଲ ପରେଡ୍ କରିଥିଲେ । ମୋଟ୍ ୫୪ଟି କଣ୍ଟିଜେଣ୍ଟ ପରେଡ୍ରେ ଅଂଶଗ୍ରହଣ କରିଥିଲେ । ୭ଟି ବୁଲେଟରେ ଶ୍ରୀଶକ୍ତିରୁ 'ଅପରେସନ୍ ସିନ୍ଦୂର' ବାର୍ତ୍ତା ଦେଇଛନ୍ତି ୪୫ ବାଳକ, ୩୫ ବାଳିକା ।
୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଲୋକସେବା ଭବନ, ବିଧାନସଭା, କମିଶନରେଟ ପୁଲିସ୍ କାର୍ୟ୍ୟାଳୟ ଏବଂ ରେଳ ସଦନ ଭଳି ପ୍ରମୁଖ ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକମାଳାରେ ଝଲସୁଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ତ୍ରିରଙ୍ଗାର ତିନି ରଙ୍ଗରେ ସୁସଜ୍ଜିତ କରାଯାଇଛି ।