ପାଟଣାଗଡ଼,୧୬/୧୨ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଉଲବା ଗାଁର ହାଇସ୍କୁଲ ଖେଳ ପଡ଼ିଆଠାରେ ମଙ୍ଗଳବାର ରାଜ୍ୟସ୍ତରୀୟ ୱ।ଟରସେଡ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମଟିକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ମୃତ୍ତିକା ନିର୍ଦ୍ଦେଶକ ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନ ବିଭାଜିକା ଭୁବନେଶ୍ୱରର ସୁବ୍ରତ କୁମାର ପଣ୍ଡା, ଜଏଣ୍ଟ ଡାଏରେକଷ୍ଟର ଭିମସେନ ସେଠି, ବଲାଙ୍ଗୀର ପିଡି ୱ।ଟରସେଟ ମହିତୋଷ ଦାସ, କେବିକେର ସାଇଣ୍ଟିସ, ବଲାଙ୍ଗୀର ସିଡିଏଓ ଡିଡ଼ିଏ, ଏଡିଏସି ରଜନି କୁମ୍ଭାର, ସନ୍ତୋଷ କୁମାର ରଥ, ପାଟଣାଗଡ଼ ଏଡିଓ, ପିଆଇଏ ସୋନାଲି କୁମୁରା, ବିଡ଼ିଓ ସୁମନ ମିଞ୍ଜ ପ୍ରମୁଖ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ପ୍ରଧାନମନ୍ତ୍ରୀ କୃଷିସେଚନ ଯୋଜନା ଅନ୍ତର୍ଗତ ଜଳବିଭାଯିକା ଉନ୍ନୟନ କାର୍ଯ୍ୟରେ ଜନ ଭାଗିଦାରିକୁ ପ୍ରୋସାହନ ଦେବା ପାଇଁ, ଭୁମି ସମ୍ପଦ ବିଭାଗ, ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାର ତଥା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ, କୃଷି ଓ କୃଷକ ଶଶକ୍ତିକରଣ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଏହି ରାଜ୍ୟସ୍ତରୀୟ ୱ।ଟରସେଟ ମହୋତ୍ସବ ଆଜୋୟନ କରାଯାଇଛି । ରାଜ୍ୟର ୨୬ ଗୋଟି ଜିଲ୍ଲାରେ ୬୦ଗୋଟି ୱ।ଟରସେଟରେ ୱ।ଟରସେଟ ମହୋତ୍ସବ ୨୦୨୬ଜାନୁଆରୀ ମାସ ମଧ୍ୟରେ ପାଳନ କରାଯିବ ଯାହାକି ଆଯି ଶୁଭାରମ୍ଭ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ତାଙ୍କର ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଜଣେ ଚାଷୀଙ୍କ ଜମିରେ ପୋଖରୀ ଖୋଲିବା ପାଇଁ ଭୁମି ପୁଜନ କରିବା ସହ ପୂର୍ବରୁ ଜଳବିଭାଜିକାରେ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ସଭାପତି ଓ ସମ୍ପାଦକଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳ ବିଭାଜିକାରେ କାର୍ଯ୍ୟରତ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ସହଯୋଗ କରିଥିବାବେଳେ ଅଞ୍ଚଳର ଚାଷୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ ।