ପୁରୀ, ୨୪/୧୨ : ରାଜ୍ୟସ୍ତରୀୟ ଲେଖକ ସମାବେଶ ଉଦଯାପିତ । ରାଜ୍ୟସ୍ତରୀୟ ସମ୍ମିଳିତ ଲେଖକ ମଞ୍ଚ ଓଡ଼ିଶା ଆନୁକୂଲ୍ୟରେ ଏହି ଲେଖକ ସମାବେଶ ହୋଇଥିଲା । ଓଡ଼ିଆ ସାହିତ୍ୟର ଗତିଧାରା ଶୀର୍ଷକ ଆଲୋଚନାଚକ୍ରରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ଶତ୍ରୁଘ୍ନ ପାଣିଗ୍ରାହୀ କହିଥିଲେ ଓଡ଼ିଆ ସାହିତ୍ୟର ଶାସ୍ତ୍ରୀୟ ସ୍ୱରୂପ ଭରତ ମୁନିଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ ରହିଛି । ଉଡ୍ର, ମାଗଧୀ ଭାଷା ହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଗତିଧାରା ନିରୂପଣ କରିଛି । ଖଣ୍ଡଗିରି ଓ ଉଦୟଗିରିର ଶିଳାଲେଖରେ ଥିବା ପାଲି ଓ ପ୍ରାକୃତ ଭାଷା, ତାହାର ବିକଶିତ ରୂପ । ପରବର୍ତ୍ତୀ ଚର୍ଯ୍ୟା ଗୀତି ବା ସନ୍ଧ୍ୟା ସାହିତ୍ୟ, ବୌଦ୍ଧ ଓ ଜୈନ ଧର୍ମର ଚେତନାକୁ, ଏହି ଭାଷା ମାଧ୍ୟମରେ ରୂପାୟନ କରିଛି । ପଞ୍ଚ ଦସ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ମହାଭାରତ ଓ ଶାସ୍ତ୍ରୀୟ ପଞ୍ଚସଖା ବଳରାମ, ଅନନ୍ତ, ଅଚ୍ୟୁତ ଯଶୋବନ୍ତ ଏବଂ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟର ଆଗନ୍ତୁକ ସ୍ୱରୂପକୁ ବିଷଦ ବ୍ୟାଖ୍ୟାନ କରିଛନ୍ତି ।

ମଞ୍ଚର ଅଧ୍ୟକ୍ଷା ଲେଖିକା ପ୍ରତିଭା ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସମାବେଶରେ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମାଜର ସଭାପତି ଦଣ୍ଡପାଣି ମହାପାତ୍ର, ସମାଜସେବୀ ତଥା ଲେଖିକା ରୁଚିମିତ୍ରା ଜଗଦେବ ମହାପାତ୍ର, ନାଟ୍ୟକାର ଦୟାନିଧି ତ୍ରିପାଠୀ, ଓଡ଼ିଆ ଅଧ୍ୟାପକ ଅଶୋକ କୁମାର ମିଶ୍ର, ପ୍ରାଧ୍ୟାପିକା ସନ୍ଧ୍ୟାରାଣୀ ବେହେରା, ସମ୍ମିଳିତ ଲେଖକ ମଞ୍ଚର ଉପାଧ୍ୟକ୍ଷ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟନାୟକ ପ୍ରାରମ୍ଭରେ ଐତିହାସିକ ମଦନ ମୋହନ ମହାପାତ୍ର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।

ଆଲୋଚନାଚକ୍ରରେ ଓଡ଼ିଆ ଅଧ୍ୟାପକ ଡ଼ଃ, ଦିଲୀପ ସେନାପତି, ଡ଼ଃ. ନରସିଂହ ଗୌଡ଼, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, ପ୍ରତିଭା ଦାଶ, ଅର୍ନପୂର୍ଣ୍ଣା ଦେବୀ, କବି ସୁରେଶ ପଟ୍ଟନାୟକ, ଲେଖିକା ଶକୁନ୍ତଳା ଓଝା, ସନ୍ତୋଷ ମହାନ୍ତି, ପଣ୍ଡିତ ସଦାଶିବ ମିଶ୍ର, ଡ଼ାକ୍ତର ନିହାର ତ୍ରିପାଠୀ, ଅର୍ଜୁନ ପରମଗୁରୁ, ଦିଗମ୍ବର ବିଶ୍ୱାଳ, ଶଶୀ ଭୂଷଣ ବରାଳ, ନାଟ୍ୟକାର ଭିକାରି ପ୍ରଧାନ, ବନଲତା ସେଠି, ସାମ୍ବାଦିକ ଲଲାଟେନ୍ଦୁ ମିଶ୍ର ଓ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ସର୍ବାଣି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଶୋକ ଆଢ୍ୟ, ତପନ ସେଠି, ଅଜୟ ଦାଶ, ସନ୍ଦୀପ କର୍ମକାର । ଧନ୍ୟବାଦ ଦେଇଥିଲେ ଆଡ଼ଭୋକେଟ ରଚିତା ରାଉତରାୟ । ଦୁଇ ଦିନ ଧରି ଅନୁଷ୍ଠିତ ସମାବେଶ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅନେକ ପ୍ରତିଷ୍ଠିତ ଲେଖକମାନେ ଯୋଗଦାନ କରିଥିଲେ ।