PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ଆଉ ୨ ଦିନ: ପ୍ରସ୍ତୁତି ଚୂଡ଼ାନ୍ତ; ଆଜି ଆସିବେ ଦଳ

କଟକ,୧୪ା୭(ବ୍ୟୁରୋ): ଆଉ ୨ଦିନ ପରେ କଟକରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ଠାରୁ ବିଭିନ୍ନ ଦଳଙ୍କ ଆଗମନ ହେବ । ସୂଚନା ମୁତାବକ, ଆସନ୍ତାକାଲି ୱେଲ୍‌ସ, ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ଓ ମାଲେସିଆ ଭିନ୍ନ ଭିନ୍ନ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ଅନ୍ୟପକ୍ଷରେ ଆଜି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅପରାହ୍ନରେ କଟକ ଆସି ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ ବୁଲି ପ୍ରସ୍ତୁତି ପରଖିଛନ୍ତି । ତାଙ୍କ ସହିତ କ୍ରୀଡ଼ା ବିଭାଗ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିନିଲ୍‌ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ଫ୍ରେସ୍‌ ରୁମ୍‌, ଗ୍ୟାଲେରୀ, ପ୍ରବେଶ ଓ ପ୍ରସ୍ଥାନ ପଥ, ସାଉଣ୍ଡ୍‌ ସିଷ୍ଟମ୍‌, ଫ୍ଲଡ୍‌ ଲାଇଟ୍‌ ଭଳି ବିଭିନ୍ନ ଦିଗକୁ ତନଖି କରାଯାଇଥିଲା । ସେହିପରି ଷ୍ଟାଡିୟମ୍‌ ବାହାରେ ହୋଇଥିବା ୱାଲ୍‌ ପେଣ୍ଟିଂ, ଉଦ୍ୟାନ ଏବଂ ଅନ୍ୟାନ୍ୟ ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ । ଆସନ୍ତାକାଲି ମ୍ୟାଚ ପାଇଁ ଟେବୁଲ୍‌ ଏବଂ ମ୍ୟାଟ୍‌ ଆଦି ପଡ଼ିବ ।

ଅନ୍ୟପକ୍ଷରେ ଆଜି ଭାରତୀୟ ଟେବୁଲ୍‌ ଟେନିସ୍‌ ଷ୍ଟାର ଏ.ଶରତ କମଲ୍‌ଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଘୋଷଣା କରାଯାଇଛି । ପୁରୁଷ ଦଳରେ ଶରତଙ୍କ ସମେତ ଜି.ସାଥିୟାନ, ଏ.ଅମଲରାଜ୍‌, ମାନବ ଠକ୍କର, ହରମିତ୍‌ ଦେଶାଇ ଏବଂ ମହିଳା ଦଳରେ ମନିକା ବାତ୍ରା, ମଧୁରିକା ପଟକର, ସୁତୀର୍ଥା ମୁଖାର୍ଜୀ, ଅର୍ଚ୍ଚନା କମାଥ୍‌, ଆହ୍ୟିକା ମୁଖାର୍ଜୀ ପ୍ରମୁଖ ସାମିଲ୍‌ ହୋଇଛନ୍ତି । ଶେଷଥର ପାଇଁ ସୁରତରେ ଭାରତ ୧୬ଟି ପଦକ ଅର୍ଜନ କରିଥିଲା । ତେଣୁ ଏଥର ଏହାଠାରୁ ଅଧିକ ପଦକ ଲକ୍ଷ୍ୟ ରଖି ଭାରତୀୟ ଟିମ୍‌ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଖେଳାଳି ମାନଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ଜାତୀୟ ରାଜପଥ ବାଟରେ ଆଣି ଶିଖରପୁର, ଯୋବ୍ରା, ରିଂରୋଡ୍‌ ଦେଇ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌କୁ ଅଣାଯିବ । କିନ୍ତୁ ଯୋବ୍ରା ରେଲୱେ ପାସ୍‌ ନିକଟରେ ବ୍ୟାପକ ସମସ୍ୟା ରହିଛି । ସାଧାରଣ ବର୍ଷାରେ ମହାନଦୀ ପାଣି ଯୋଗୁଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମାଟ ବାନ୍ଧି ହୋଇଯାଏ । ଏଭଳି ସ୍ଥିତିରେ ଯଦି ବର୍ଷା ହୁଏ ତେବେ ଖେଳାଳି ମାନଙ୍କ ବସ୍‌ ପାଣି ଭିତରେ ପଶି ଆସିବାକୁ ବାଧ୍ୟ ହେବ । ଏହି ସମସ୍ୟାକୁ ସମାଧାନ କରିବାକୁ ସିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏ ଯାଏଁ ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ସିଏମ୍‌ସି କର୍ତ୍ତୃପକ୍ଷ । ସେହିପରି ଶିଖରପୁର ଠାରୁ ଆରମ୍ଭ କରି ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ରାସ୍ତାର ରୋଡ୍‌ ଡିଭାଇଡର୍‌ର ଅବସ୍ଥା ଦୟନୀୟ ହୋଇ ରହିଛି । ତେଣୁ ଏହାକୁ ମରାମତି କରିବାକୁ ସିଏମ୍‌ସି ଓ ଜଳସମ୍ପଦ ବିଭାଗକୁ କୁହାଯାଇଛି । ସମ୍ପୂର୍ଣ୍ଣ ଭାବେ ଗ୍ରୀଲ୍‌ ବ୍ୟବସ୍ଥା କରାଯାଉ ନଚେତ୍‌ ଭଙ୍ଗା ଦଦରା ଗ୍ରୀଲ୍‌ ଗୁଡିକ କାଢ଼ି ଦିଆଯାଇ ସିମେଣ୍ଟ କାନ୍ଥ ଉଠାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାସ୍ତା ଫୁଟ୍‌ପାଥ୍‌ ଗୁଡିକ ଦେଖିବା ଉପଯୋଗୀ ହୋଇ ରହିନାହିଁ । କେଉଁଠି କାନ୍ଥ ଭାଙ୍ଗିଯାଇଛି ତ’ ଆଉ କେଉଁଠି ବିଭିନ୍ନ ପୋଷ୍ଟର ମରାଯାଇ ଫୁଟପାଥ୍‌ ଗୁଡିକ ଅପରିଷ୍କାର ଦେଖାଯାଉଛି । ତେବେ ଏ ଦିଗରେ ପଦକ୍ଷେପ ନେବାକୁ ସିଏମ୍‌ସିକୁ କୁହାଯାଇଛି । ଅନ୍ତତଃପକ୍ଷେ ଫୁଟପାଥ୍‌ କାନ୍ଥ ଗୁଡିକ ମରାମତି କରାଯାଇ ରଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଫୋନି ପରେ ଏବେ ଯାଏଁ ଅନେକ ଗୁଡିଏ ବିଦ୍ୟୁତ ଖୁଣ୍ଟି ରାସ୍ତାରେ ପଡ଼ିରହିଛି । ସେଗୁଡିକ ମରାମତି କରିବାକୁ କିମ୍ବା ସମ୍ପୂର୍ଣ୍ଣ ଭାବେ ସେଠାରୁ ଉଠାଇ ନେବାକୁ ସେସୁକୁ ଦାୟିତ୍ୱ ଦିଆଯାଇଛି । ସେହିପରି ଇନ୍‌ଡୋର ଷ୍ଟାଡିୟମ୍‌ ରୋଡ୍‌କୁ ସମ୍ପୂର୍ଣ୍ଣ ଭାବେ ବ୍ରାଣ୍ଡିଂ କରିବାକୁ କୁହାଯାଇଛି । ହାଇୱେ ସମେତ ଖେଳାଳିଙ୍କ ଯା’ଆସ ବାଟ ଗୁଡିକର ରାସ୍ତା ପାଶ୍ୱର୍ରେ ବୁସ୍‌ କଟିଂ କରିବାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର