ବ୍ରହ୍ମପୁର ଆଇଟିଆଇରେ ସ୍କ୍ରାପ୍ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

ବ୍ରହ୍ମପୁର, ୨୩/୧(ବ୍ୟୁରୋ): ସରକାରୀ ଆଇଟିଆଇ ଠାରେ ସୋମବାର ସ୍କ୍ରାପ୍ ଲୁହାରେ ନିର୍ମିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି। ୨୦ ଦିନ ମଧ୍ୟରେ ଆଇଟିଆଇ ଫିଟର୍, ଓ୍ବେଲଡର୍, ପେଣ୍ଟର୍ ବିଭାଗର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ବାଇକ୍ ଚେନ୍, ସ୍ପକେଟ୍, ନଟ୍ ବୋଲ୍ଟ, ଜିଆଇ ସିଟ୍ ବ୍ୟବହାର କରି ଏହାର ନିର୍ମାଣ କରାଯାଇଛି। ଏହାର ଉଚ୍ଚତା ସାଢ଼େ ୫ ମିଟର, ଓଜନ ୧୫୦ କିଲୋଗ୍ରାମ ରହିଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଜୟନ୍ତ ମହାପାତ୍ର ଓ ଖଲ୍ଲିକୋଟ କଲେଜର ପୂର୍ବତନ ପ୍ରଫେସର୍ ବିପିନ ପଟ୍ଟନାୟକ ଓ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ଏହାକୁ ନେତାଜୀଙ୍କ ଜୟନ୍ତୀ ଅବସରରେ ଉନ୍ମୋଚନ କରିଥିଲେ।