ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ବିରୋଧରେ ସୁପ୍ରିମକୋର୍ଟରେ ଆବବେଦନ ଦାଖଲ କରାଯାଇଛି।ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ ଏବଂ ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ଆବେଦନରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଆଜମେର ଦରଘାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ବାର୍ଷିକ ଚାଦର ଅର୍ପଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଖଣ୍ଡପୀଠରେ ଏହି ଆବେଦନ ହୋଇଛି। ଯାହା ଉପରେ ତୁରନ୍ତ ଶୁଣାଣି କରିବାର ଦାବିକୁ ଖଣ୍ଡପୀଠ ତୁରନ୍ତ ଖାରଜ କରି ଦେଇଛନ୍ତି।

ଆବେଦନରେ କୁହାଯାଇଥିଲା, ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଘାରେ ଚାଦର ଚଢାଇବା ପାଇଁ ପଠାଯାଇଛି। ଏହାକୁ ୮୧୪ ତମ ବର୍ଷ ଅବସରରେ ଚଢାଯିବ। ମିଡିଆ ରିପୋର୍ଟ ଅନୁସାରେ, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କିରେନ୍ ରିଜିଜୁ ଏହି ଚାଦର ପିଏମ୍ ମୋଦିଙ୍କ ପକ୍ଷରୁ ଚଢାଇବେ। ତେଣୁ ଆବେଦନରେ ଏହା ଉପରେ ରୋକ୍ ଲଗାଇବାର ଦାବି କରାଯାଇଛି। ଦରଗାରେ ଚାଦର ଅର୍ପଣ ଏବଂ ଆବେଦନ ସମ୍ପର୍କରେ କିରେନ ରିଜିଜୁ କହିଛନ୍ତି,  ଚାଦର ଦେଶର ପ୍ରଗତି ଏବଂ ଲୋକଙ୍କ ମଙ୍ଗଳ ପାଇଁ ଥିଲା। ମୁଁ କୌଣସି ରାଜନୀତି ଉଦେଶ୍ୟରେ କରୁନି। କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ, ତେଣୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କହିଛନ୍ତି, ମୁଁ ସେଠାକୁ ଚାଦର ଚଢଇବାକୁ ଯିବି।’

ଆବେଦନରେ କୁହାଯାଇଛି, ଆଜମେର ଦରଘା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଚାଦର ଚଢାଇବା ପାଇଁ ପଠାଯିବା ଭୁଲ। ଏହା ଏଥିପାଇଁ ଯେ, ସେଠାରେ ଭଗବାନ ଶିବଙ୍କ ମନ୍ଦିର ଥିଲା ଓ ଏ ସମ୍ପର୍କରେ କୋର୍ଟରେ ଆବେଦନ ଦୀର୍ଘ ଦିନ ଧରି ବିଚାରଧୀନ ରହିଛି। ତେଣୁ ପିଏମ୍ ମୋଦିଙ୍କ ପକ୍ଷରୁ ପଠାଯାଇଥିବା ଚାଦରକୁ ଚଢାଇବାରୁ ରୋକାଯାଉ ଏବଂ ତୁରନ୍ତ ଆବେଦନ ଉପରେ ଶୁଣାଣି ହେଉ। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଆଜି ଏହା ଉପରେ ଶୁଣାଣି ହୋଇପାରିବନି। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଜମେର ଦରଘା ପାଇଁ ଚାଦର ପଠାଯାଉଛି।  ତେଣୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେହି ପରମ୍ପରା ବଜାୟ ରଖିଛନ୍ତି।

ଆହୁରି ପଢନ୍ତୁ : ଇପିଏଫ୍ଓର ବଡ଼ ନିଷ୍ପତ୍ତି !କର୍ମଚାରୀଙ୍କ ଦୁଇଟି ଚାକିରୀ ମଧ୍ୟରେ ଓ୍ବିକେଣ୍ଡ ଓ ଛୁଟି ବ୍ରେକ୍‌ରେ କଟିବନି ଇନସ୍ୟୁରାନ୍ସ କ୍ଲେମ

ଏଭଳି ଏକ ଆବେଦନ ମଧ୍ୟ ଆଜମେରର କୋର୍ଟରେ ମଧ୍ୟ ଦାଖଲ କରାଯାଇଥିଲା।ଏହି ଆବେଦନ ହିନ୍ଦୁ ସେନାର ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସେ ଏହି ମକଦ୍ଦମାରେ ମଧ୍ୟ ଗୋଟିଏ ପକ୍ଷ ରହିଛନ୍ତି, ଯେଉଁଥିରେ ଦାବି କରାଯାଇଥିଲା ଆଜମେର ଦରଘାକୁ ହିନ୍ଦୁ ମନ୍ଦିର ଭାଙ୍ଗି ତିଆରି କରାଯାଇଥିଲା। ଗୁପ୍ତା ଦଲିଲ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିବାଦୀୟ ଢାଞ୍ଚା ଉପରେ ଚଢାଇବାକୁ ଥିବା ଚାଦର ପଠାଇବା ଭୁଲ। ଏଭଳି କରିବା ନ୍ୟାୟିକ ପକ୍ରିୟାକୁ ପ୍ରଭାବିତ କରିବା ଭଳି ସାମନ। ଏହାଦ୍ବାରା ଫେୟାର ଟ୍ରାଏଲର ଅଧିକାର ମଧ୍ୟ ଶେଷ ହୋଇଯିବ। ତାହା ବି ସେତେବେଳେ ଯେଉଁ ସମୟରେ ଟ୍ରାଏଲ କୋର୍ଟରେ ଏ ସମ୍ପର୍କରେ ମାମଲା ବିଚାରଧୀନ ରହିଛି। ଉଲ୍ଲେଖନୀୟ ଯେ, ଆଜମେର ଦରଘାକୁ ଏଏସ୍ଆଇ ସର୍ଭେ କରିବା ନେଇ ଦାବି କରାଯାଉଛି।