PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗରେ ପ୍ରବାସୀ ଶ୍ରମିକଙ୍କ ଘରୁ ଜବତ ହେଲା ୩୮ ଲକ୍ଷ ଟଙ୍କା, ଏସଟିଏଫ କରିଥିଲା ଚଢାଉ…

କୋଲକାତା: ପୁଣି ଥରେ ବେଙ୍ଗଲରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ଏସଟିଏଫ ମାଲଦା ଜିଲ୍ଲାର କାଳିଆଚକ ଥାନା ଅଞ୍ଚଳରେ ଜଣେ ପ୍ରବାସୀ ଶ୍ରମିକଙ୍କ ଘରୁ ୩୭.୯୯ ଲକ୍ଷ ଟଙ୍କା ଜବତ କରିଛି । ସୂଚନାନୁସାରେ, ଏକ ଗୁପ୍ତଚର ସୂଚନା ଆଧାରରେ ଏସଟିଏଫ ଟିମ୍ ଶନିବାର ଦିନ କାଳିଆଚକର ଗଙ୍ଗାନାରାୟଣପୁର ଗାଁର ଏକ ଘରେ ଚଢାଉ କରି ଏହି ଟଙ୍କା ଜବତ କରିଛି । ଏହି ଟଙ୍କା ଗଣିବା ପାଇଁ ବ୍ୟାଙ୍କରୁ ଏକ ମେସିନ୍ ଆଣିଥିଲା ଏସଟିଏଫ । ଜବତ ହୋଇଥିବା ନୋଟଗୁଡ଼ିକ ମଧ୍ୟରେ ୫ ଶହ ଟଙ୍କିଆ ନୂଆ ବଣ୍ଡଲ ଅଛି । ଜଣେ ଶ୍ରମିକଙ୍କ ଘରୁ ଏତେ ପରିମାଣର ନୋଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନାନୁସାରେ, ଏହି ନୋଟଗୁଡିକ ସିଧାସଳଖ ମଦ ବେପାରୀଙ୍କ ସହ ଜଡିତ ଥିଲା ବୋଲି କୁହାଯାଉଛି । ସେମାନେ ଏହାକୁ ଶ୍ରମିକଙ୍କ ଘରେ ଲୁଚାଇ ରଖିଥିଲେ । ମଦ କାରବାର ଅଭିଯୋଗରେ ଫେବୃଆରୀରେ ଗିରଫ ହୋଇଥିବା ମଦ ବେପାରୀ ରାୟଲ ଶେଖଙ୍କର ଏହି ଟଙ୍କା ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସେପ୍ଟେମ୍ବର ୪ ରେ ମାଲଦା ଜିଲ୍ଲାର ଗଜୋଲ ଅଞ୍ଚଳରେ ମତ୍ସ୍ୟ ବ୍ୟବସାୟୀ ଜୟପ୍ରକାଶ ସାହାଙ୍କ ଘରୁ ରାଜ୍ୟ ସିଆଇଡି ପ୍ରାୟ ୧.୪୦ କୋଟି ଟଙ୍କା ଜବତ କରିଥିଲା ।

ସମ୍ବନ୍ଧିତ ଖବର