ବାରିପଦା,୧୭/୧୦: କୋରାପୁଟ ଏବଂ ନୂଆପଡା ପରେ ଏଣିକି ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଯାଉଛି ଷ୍ଟ୍ରବେରୀ ଚାଷ । ପାହାଡିଆ  ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ପାଇଁ ପରିବେଶ ଓ  ପାଣିପାଗ ଅନୁକୂଳ ରହୁଥିବାରୁ ଶିମିଳିପାଳ  ପାଦ ଦେଶରେ ଏହି ଚାଷ ଆରମ୍ଭ କରିବାକୁ  ଜିଲ୍ଲାପାଳ ହେମକାନ୍ତ ସାଏ ବିଶେଷ ଆଗ୍ରହ  ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଶିମିଳିପାଳ ପାଦ ଦେଶରେ ଜନଜାତିଙ୍କୁ  ପ୍ରଶିକ୍ଷିତ କରି ଏହି ଚାଷ ଆରମ୍ଭ ହେବାକୁ  ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ନୂତନ ଆଶା ଓ  ଆଗ୍ରହ ସୃଷ୍ଟି ହୋଇଛି । ଏହି ଚାଷ ଜରିଆରେ  ଜନଜାତିଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା  ସହିତ ଜିଲ୍ଲାରେ ନୂଆ ପରିଚୟ ସୃଷ୍ଟି ହେବାକୁ  ଯାଉଥିବାରୁ ବିଭିନ୍ନ ମହଲରେ ଜିଲ୍ଲାପାଳଙ୍କ  ଏହି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି । 

ସୂଚନା ମୁତାବକ ଏହି ଚାଷ ପାଇଁ ଶ୍ୟାମାଖୁଣ୍ଟା  ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶର  ତାରାଯୋଡି ଗ୍ରାମରେ ଉଦ୍ୟାନ କୃଷି ବିଭାଗ  ସହାୟତାରେ ପରୀକ୍ଷା ମୂଳକ ଭାବେ ପ୍ରଥମେ  ୩ ହେକ୍ଟର ଜମିରେ ଏହି ଚାଷ କରାଯିବ ।  ସ୍ଥାନୀୟ ଅଞ୍ଚଳର ୨୧ଜଣ ଚାଷୀଙ୍କୁ ନେଇ ଏହି  ଚାଷ ଆରମ୍ଭ ହେବ  । ଏଥିପାଇଁ ମହାରାଷ୍ଟ୍ରର  ମହାବଳେଶ୍ୱର ଅଞ୍ଚଳରୁ ଦେଢଲକ୍ଷ ଚାରା  ଆଣିବ ଉଦ୍ୟାନ କୃଷି ବିଭାଗ । ଚାଷୀ ମାନେ  ଏହି ଫଳ ଚାଷ ବାବଦରେ ଧାରଣା ନେଇ  କେବଳ ଶ୍ରମଦାନ କରିବାକୁ ଥିବା ବେଳେ  ଆଦିବାସୀ ଉନ୍ନୟନ ସଂସ୍ଥା, ମୂର୍ତ୍ତିକା ସଂରକ୍ଷଣ  ତଥା ଜଳ ଛାୟାର ଗ୍ରୀନ ଏଜି ପ୍ରକଳ୍ପ ଜରିଆରେ  ଆବଶ୍ୟକ ପଲିଥିନ, ଖତ ସାର କୀଟନାଶକ  ଔଷଧ ଆଦି ଯୋଗାଇ ଦିଆଯିବ ।  

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଶିମିଳିପାଳ ପାଦ  ଦେଶ ଲୁଲୁଙ୍ଗ ନିକଟସ୍ଥ ପଳପଳା ନଦୀରୁ ଉଠା  ଜଳସେଚନ ଜରିଆରେ ପାଇପ ଯୋଗେ ସିଞ୍ଚନ  ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯିବ ବୋଲି  ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ  ଟଙ୍କଧର କାଲୋ ସୂଚନା ଦେଇଛନ୍ତି । ବର୍ତ୍ତମାନ  ବଜାରରେ ଷ୍ଟ୍ରବେରୀ ଫଳର ବେଶ ଚାହିଦା ରହିଛି ।  ଆଗରୁ ଏହି ଫଳ ଆମଦାନୀ ହେଉଥିବା ବେଳେ  ବର୍ତ୍ତମାନ ଜିଲ୍ଲାରେ କେତେକ ଚାଷୀ ମଧ୍ୟ ଏହି ଫଳ  ଚାଷ କରି ସଫଳ ହୋଇଛନ୍ତି । ଏହି ଫଳ କିଲୋ  ପ୍ରତି ୪୦୦ ରୁ ୫ଶହ ଟଙ୍କାରେ ବିକ୍ରି ହେଉଛି।  କୃଷି ବିଜ୍ଞାନୀଙ୍କ ମତରେ ଗୋଟିଏ ଷ୍ଟ୍ରବେରୀ ଗଛ  ୫ ବର୍ଷ ଯାଏଁ ଫଳ ଯୋଗାଉଥିବା ବେଳେ ପ୍ରତି  ଷ୍ଟ୍ରବେରୀ ଗଛରେ ଅଧକେଜିରୁ ଆରମ୍ଭ କରି  ୧ କେ ଜି ପର୍ଯ୍ୟନ୍ତ ଷ୍ଟ୍ରବେରୀ ଫଳିଥଏ । ପରୀକ୍ଷା  ମୂଳକ ଭାବେ ଚଳିତ ବର୍ଷ ଠାରୁ ଏହି ଚାଷ ଆରମ୍ଭ  ହେବାକୁ ଯାଉଥିବା ବେଳେ ଷ୍ଟ୍ରବେରୀ ଉତ୍ପାଦନ  ହେଲେ ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକଙ୍କୁ  ଏହା ବିକ୍ରି କରି ଚାଷୀ ବିଶେଷ ଉପକୃତ ହେବେ ।  

ସେପଟେ ମାତ୍ର ୨୫କିମି ଦୂରରେ ଜିଲ୍ଲା ସଦର  ମହକୁମା ବାରିପଦା ସହର ରହୁଥିବାରୁ ଏଠାରେ  ମଧ୍ୟ ଏହାର ଚାହିଦା ଥିବାରୁ ଭଲ ବଜାର ସୃଷ୍ଟି  ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।  ସୂଚନା ଥାଉ କି ପ୍ରଥମେ ତାରାଯୋଡି ଗ୍ରାମର ଚାଷୀ  ଧାନଚାଷ ଓ ମହୁଲ ଗଛରୁ ରୋଜଗାର ପାଉଥିବା  ବେଳେ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ  ଜରିଆରେ ୧୦ ବର୍ଷ ତଳେ ଲେମ୍ବୁ ଚାଷ କରି  ଲାଭବାନ ହୋଇଥିଲେ । ଜୀବନ ଜୀବିକାରେ ଉନ୍ନତି  ତଥା ବିକଳ୍ପ କୃଷି ଜରିଆରେ ଚାଷୀଙ୍କୁ ସ୍ୱାବଲମ୍ବୀ  କରିବା ପାଇଁ ଏହି ନୂତନ ଫଳ ଚାଷ ଯୋଜନା  ଚାଷୀଙ୍କୁ ନୂଆ ରାହା ଦେବ ବୋଲି ଜିଲ୍ଲାପାଳ ଶ୍ରୀ  ସାଏ ବେଶ ଆଶାବାଦୀ ଅଛନ୍ତି  । ଜିଲ୍ଲାପାଳଙ୍କ  ସକରାତ୍ମକ ମନୋଭାବ ଚାଷୀଙ୍କ ଉପରେ ପଡିବା  ସହ ଷ୍ଟ୍ରବେରୀ ଚାଷରେ ଚାଷୀ ବେଶ ଉପକୃତ  ହେବେ ବୋଲି ଚର୍ଚ୍ଚା ହେଉଛ