ଭୁବନେଶ୍ବର,୩/୧୨ : ଭାରତୀୟ ଗଣ ଯୋଗାଯୋଗ ସଂସ୍ଥାନ (IIMC) ଢେଙ୍କାନାଳ ଏବଂ ଭାରତୀୟ ପରିଚାଳନା ସଂସ୍ଥାନ (IIM), ସମ୍ବଲପୁର ଆଜି IIM ସମ୍ବଲପୁର କ୍ୟାମ୍ପସରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି । ଯାହା ପୂର୍ବ ଭାରତରେ ସହଯୋଗୀ ଶୈକ୍ଷିକ ପଦକ୍ଷେପକୁ ବିସ୍ତାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଏହି ବୁଝାମଣାପତ୍ରରେ IIM ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ IIMCର ରେଜିଷ୍ଟ୍ରାର ମଧୁ ଏଲ୍. ନାଗ, IIMC ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ, IIMC ଢେଙ୍କାନାଳଙ୍କ ସହିତ ସ୍ୱାକ୍ଷର କରିଥିଲେ।
ଏହି ସହଭାଗୀତା ଅଧୀନରେ ଉଭୟ ପ୍ରତିଷ୍ଠାନର ଅଧ୍ୟାପକ ଏବଂ ଛାତ୍ର ଆଦାନପ୍ରଦାନ, ସମ୍ମିଳନୀ, ସେମିନାର ଏବଂ କ୍ଷମତା-ନିର୍ମାଣ କର୍ମଶାଳାର ସହ-ଆୟୋଜନ ଏବଂ ଗଣମାଧ୍ୟମ, ଯୋଗାଯୋଗ, ପରିଚାଳନା, ଉଦ୍ୟୋଗୀତା ଏବଂ ଡିଜିଟାଲ୍ ରୂପାନ୍ତରଣ ଭଳି କ୍ଷେତ୍ରରେ ମିଳିତ ଗବେଷଣା ପ୍ରକଳ୍ପ ଗ୍ରହଣ କରିବା ସମେତ ବିଭିନ୍ନ ଶିକ୍ଷାଗତ ଏବଂ ଗବେଷଣା କାର୍ଯ୍ୟରେ ଏକାଠି କାମ କରିବେ।