ସୁସ୍ଥ ରହିବା ପାଇଁ ଜିମ୍ ଯାଇ ବ୍ୟାୟାମ କରିବା କିମ୍ବା ଏରୋବିକ୍ କରିବା ଯଥେଷ୍ଟ ନୁହେଁ । ଶରୀରକୁ ଫିଟ୍ ରଖିବା ପାଇଁ ନମନୀୟତା ମଧ୍ୟ ଜରୁରି । ସେଥିପାଇଁ ଷ୍ଟ୍ରେଚିଂ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ଆମ ଶରୀର ହାଡ଼ ଓ ମାଂସପେଶୀ ଓ ଅନେକ ଗଣ୍ଠିକୁ ନେଇ ଗଠିତ । ଏହି ପରିସ୍ଥିତିରେ ଗୋଟିଏ ଜାଗାରେ ଘଣ୍ଟା ଘଣ୍ଟା ଧରି ବସି ରହି କାମ କରିବା ଦ୍ୱାରା ଶରୀରର ଫ୍ଲେକ୍ସିବଲିଟି କମିଥାଏ । ତେଣୁ ଶରୀରରେ ନମନୀୟତା ବଜାୟ ରଖିବା ପାଇଁ ଷ୍ଟ୍ରେଚିଂ ଜରୁରି । ଏହାର ଅନେକ ଫାଇଦା ଶରୀର ଉପରେ ପଡିଥାଏ । ଯେପରିକି -

ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି: ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀରେ ହେଉଥିବା ଯନ୍ତ୍ରଣା କମ୍ ହେବା ସହ ଗଣ୍ଠି ଯନ୍ତ୍ରଣା ମଧ୍ୟ କମିଥାଏ । କାରଣ ଏପରି କରିବା ଦ୍ୱାରା ଶରୀରର ନମନୀୟତା ବଢିଥାଏ ।

ଷ୍ଟ୍ରେସ୍ ଦୂର ହୁଏ: ନିୟମିତ ଷ୍ଟ୍ରେଚିଂ କରିବା ଦ୍ୱାରା ଶରୀରରେ ନମନିୟତା ବଢିଥାଏ । ଫଳରେ ଶରୀରରେ ରକ୍ତ ସଞ୍ଚାଳନା ବଢିବା ସହ ଅନ୍ୟାନ୍ୟ ଅଙ୍ଗକୁ ଅମ୍ଲଜାନ ସଞ୍ଚାର ମଧ୍ୟ ବଢିଥାଏ । ଷ୍ଟ୍ରେସ୍ ବା ଚିନ୍ତା ଦୂର ହୋଇଥାଏ । ଷ୍ଟ୍ରେଚିଂ କରିବା ଦ୍ୱାରା ଉଭୟ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଶାରିରୀକ ଗତିବିଧି ବଢିଥାଏ: ଷ୍ଟ୍ରେଚିଂ ଶରୀରର ଗତିବିଧି ବଢାଇଥାଏ । ଫଳରେ ନିଜର ସମସ୍ତ କାମକୁ କରିବା ସହଜ ହୋଇଥାଏ ।

ଆସନ ବା ମୁଦ୍ରାରେ ସୁଧାର: ମାଂସପେଶୀରେ ହେଉଥିବା ଯନ୍ତ୍ରଣା ଦୂର ହେବା ସହ ମାଂସପେଶୀରେ ନମନୀୟତ ଆସିଥାଏ ।

ଭଲ ନିଦ ହୁଏ:  ଶୋଇବା ପୂର୍ବରୁ ଷ୍ଟ୍ରେଚିଂ କରିବା ଦ୍ୱାରା ରାତିରେ ମାଂସପେଶୀରେ ଆସୁଥିବା ସ୍ଥାଣୁପଣ ଦୂର ହେବା ସହ ଭଲ ନିଦ ହୋଇଥାଏ ।