ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୈଫ୍‌ଙ୍କ ଉପରେ ହମଲା ପରେ ଗୃହ ମନ୍ତ୍ରଣାଳୟର ତତ୍ପରତା, ମହାରାଷ୍ଟ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ

Published By : Prameya | January 22, 2025 7:51 PM

ନୂଆଦିଲ୍ଲୀ : ମହାରାଷ୍ଟ୍ର ସରକାରଙ୍କୁ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ। ଏହି ସମ୍ୱନ୍ଧରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ମହାରାଷ୍ଟ୍ରର ଗୃହ ବିଭାଗର ଅଧିକାରୀଙ୍କୁ ଚିଠି ଲେଖା ଯାଇଛି। ମନ୍ତ୍ରଣାଳୟ ଏହି ଚିଠି ଶିବସେନାର ପୂର୍ବ ସାଂସଦ ରାହୁଲ ଶେୱାଲେଙ୍କ ଦ୍ୱାରା ଅବୈଧ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧରେ ଏକ ସ୍ମାରକ ପତ୍ର ଦିଆଯିବା ପରେ ଲେଖିଛି। ରାହୁଲ ଶେୱାଲେ ଟାଟା ଇନଷ୍ଟିଟ୍ୟୁଟ୍‌ ଅଫ୍‌ ସୋସାଲ ସାଇସେନ୍ସ (ଟିଆଇଏସଏସ) ଦ୍ୱାରା ପ୍ରସ୍ତୁତ କରାଯାଇ ଥିବା ଏକ ରିପୋର୍ଟ ଆଧାରରେ ଏହି ବିଷୟକୁ ଉଠାଇ ଥିଲେ। 

ମହାରାଷ୍ଟ୍ର ସରକାରକୁ ଗୃହ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ଏମିତି ସମୟରେ ଆସିଛି ,ଯେତେବେଳେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କୁ ଉପରେ ହମଲାର ଅଭିଯୋଗରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରାଯାଇଛି। ମୁମ୍ୱାଇ ପୁଲିସ ଅନୁସାରେ, ୩୦ବର୍ଷିୟ ବାଂଲାଦେଶୀ ଅନୁପ୍ରବେଶକାରୀ ଶରିଫୁଲ ଇସ୍ଲାମ (ଓରଫ ବିଜୟ ଦାସ) ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ଅନୁପ୍ରବେଶ କରି ଥିଲା। ଏହି ସମୟରେ ହୋଇଥିବା ହିଂସାତ୍ମକ ଯୁକ୍ତିତର୍କରେ ସେ ଅଭିନେତାଙ୍କୁ ଛୁରାମାଡ଼ କରିଥିଲା। ପୁଲିସ ଆକ୍ରମଣକାରୀକୁ ଅନେକ ସ୍ଥାନରେ ତଲାସୀ ପରେ ଗିରଫ କରିଥିଲା।  

ଟାଟା ଇନଷ୍ଟିଟ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍‌ସ (ଟିଆଇଏସଏସ) ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଗତ ବର୍ଷ ନଭେମ୍ୱରରେ ଏକ ରିପୋର୍ଟ ଜାରି କରିଥିଲା। ଏହି ରିପୋର୍ଟ ଅନୁସାରେ, ବାଂଲାଦେଶ ଓ ମିଆଁମାରରୁ ଆସୁଥିବା ଅବୈଧ ପ୍ରବାସୀଙ୍କୁ ମୁମ୍ୱାଇର ରାଜନୀତିକ ଓ ସାମାଜିକ-ଆର୍ଥିକ ପରିଦୃଶ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ରିପୋର୍ଟର ଶୀର୍ଷକ ରହିଛି ମୁମ୍ୱାଇରେ ଅବୈଧ ପ୍ରବାସୀ: ସାମାଜିକ-ଆର୍ଥିକ ଓ ରାଜନୀତିକ ପ୍ରଭାବର ବିଶ୍ଳେଷଣ। ଏଥିରେ  କୁହାଯାଇଛି କି , ଏହି ପ୍ରବାସୀଙ୍କର ଶ୍ରମ ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ଯୋଗଦାନ କରିଥାଏ, କିନ୍ତୁ ଏହା ସ୍ଥାନୀୟ ଶ୍ରମିକଙ୍କ ପାଇଁ ବେତନ ହ୍ରାସ କରିବା ଓ ରୋଜଗାରର ସୁଯୋଗର ଅଭାବ କାରଣରୁ ହୋଇଥାଏ। 

ରିପୋର୍ଟ ଅନୁସାରେ , ମୁସଲିମ୍‌ ପ୍ରବାସୀ ଜନସଂଖ୍ୟା ବୃଦ୍ଧିରୁ ଜନସାଂଖିକ ପରିବର୍ତ୍ତନ ହେଉଛି, ଯେଉଁଥିରେ ସାଂସ୍କୃତିକ ଅସୁରକ୍ଷା ଓ ସାମାଜିକ ବିଭାଜନ ବଢୁଛି। ୧୯୬୧ ରେ ମୁମ୍ୱାଇରେ ହିନ୍ଦୁ ଜନସଂଖ୍ୟା ୮୮ ପ୍ରତିଶତ ଥିଲା ,ଯାହା ୨୦୧୧ ଯାଏ ହ୍ରାସ ପାଇଁ ୬୬ ପ୍ରତିଶତ ରହିଛି। ସେଠାରେ ମୁସଲିମ୍‌ ଜନସଂଖ୍ୟା ୮ପ୍ରତିଶତରୁ ବଢି ୨୧ ପ୍ରତିଶତ ହୋଇଛି।

ଟିଆଇଏସଏସ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି , ଅବୈଧ ପ୍ରବାସୀଙ୍କ କାରଣରୁ ମୁମ୍ୱାଇର ପୂର୍ବରୁ ସୀମିତ ସଂଶାଧନ ଉପରେ ଚାପ ବଢି ଯାଇଛି। ସ୍ୱାସ୍ଥ୍ୟ , ଶିକ୍ଷା ଓ ସ୍ୱଚ୍ଛତା ଭଳି ସାର୍ବଜନିକ ସେବା ଉପରେ ବୋଝ ବଢିବାରୁ ସ୍ଥାନୀୟ ନିବାସୀଙ୍କ ସୁବିଧା ବାଧିତ ହେଉଛି। ରିପୋର୍ଟର ନିଷ୍କର୍ଷ ଗୁଡ଼ିକରେ କୁହାଯାଇଛି କି, ଏହି ପ୍ରବାସୀଙ୍କ ଆର୍ଥିକ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ହୋଇ ବି ସାମାଜିକ ଉତ୍ତେଜନା ଓ ସ୍ଥାନୀୟ ସଂପ୍ରଦାୟ ଭିତରେ ଅସୁରକ୍ଷାର ଭାବନା ବଢୁଛି। ରାଜନୀତିକ ଦଳ ଏହି ସ୍ଥିତିର ଉପଯୋଗ ଭୋଟ ବ୍ୟାଙ୍କ ରାଜନୀତି ପାଇଁ କରୁଛି। 

ରିପୋର୍ଟରେ ଆହୁରି ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି କି, ଏହି ପ୍ରବାସୀଙ୍କ ମଧ୍ୟରେ କିଛି ଆତଙ୍କୀ ସଙ୍ଗଠନ ଗୁଡ଼ିକ ସହ ଯୋଡ଼ି ହେବାର ସମ୍ଭାବନା ରହିଛି, ଯେଉଁଥିରେ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିପଦ ଘେରି ରହିଛି। ଏହାର ଅର୍ଥ, ଫେକ୍‌ କାଗଜପତ୍ର ମାଧ୍ୟମରେ ସେମାନଙ୍କୁ ନିର୍ବାଚନରେ ସାମିଲ କରାଯାଉଛି , ଯେଉଁଥିରେ ଗଣତାନ୍ତ୍ରିକ ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହି ମାମଲାକୁ ଗୁରୁତର ସହ ନେଇ ମହାରାଷ୍ଟ୍ର ସରକାରକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି କି, ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏବି ସମସ୍ୟାର ମୂଳୋତ୍ପାଟନ କରାଯାଉ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.