କେନ୍ଦୁଝର,୧୮/୧୧ : କେନ୍ଦୁଝର ଜିଲାର ସଦର ଥାନା ଅଧୀନ ଏକ ଗାଁରେ ଜଣେ ଦିବ୍ୟାଙ୍ଗ ଜନଜାତି ନାବାଳିକା ଦୁଷ୍କର୍ମ ମାମଲାର ପ୍ରତିବାଦରେ ବିଶ୍ବହିନ୍ଦ ପରିଷଦ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରା ଶତ ପ୍ରତିଶତ ସଫଳତାର ସହ ଶେଷ ହୋଇଛି। ସକାଳ ୬ ଟା ରୁ ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ମାନଙ୍କ ସହ ଶତାଧିକ କେନ୍ଦୁଝର ଜିଲାର ସାଧାରଣ ଜନତା ଏହି ବନ୍ଦରେ ସାମିଲ ହୋଇ କେନ୍ଦୁଝର ଜିଲା ବନ୍ଦ କୁ ସଫଳ କରାଇ ଥିଲେ।

କେନ୍ଦୁଝର ଜିଲାରେ ବାହାର ରାଜ୍ୟରୁ ଆସି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁ ଥିବା ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରି କେନ୍ଦୁଝର ଜିଲାରୁ ବହିଷ୍କାର କରିବା ପାଇଁ ବନ୍ଦ ଡାକରା ଦିଆ ଯାଇଥିଲା। ଏହି ଡ଼ାକରାରେ କେନ୍ଦୁଝରର ଦୋକାନ ବଜାର, ପରିବା ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ, ବନ୍ଦ କରି ଏହି ବନ୍ଦ ଡକାରକୁ ଶତ ପ୍ରତିଶତ ସଫଳ କରାଇବାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାର୍ତ୍ତା, ଆରକ୍ଷୀ ବିଭାଗ ଓ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଏହି ବନ୍ଦରେ ଦୁଗ୍ଧ ବିତରଣ ଗାଡି, ଖବର ସରବରାହ ଗାଡି, ଆମ୍ବୁଲାନ୍ସ, ରୋଗୀ ନେବା ଆଣିବା କରୁଥିବା ସାଧାରଣ ଲୋକଙ୍କ ଯାନବାହନ, ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଗାଡି ଆଦିକୁ ସ୍ୱଭାବିକ ଯିବା ଆସିବା ପାଇଁ ଛଡା ଯାଇଥିଲା। ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାର୍ତ୍ତା ସହର ଭିତରେ ଏକ ପଦଯାତ୍ରା କରିବା ପରେ କେନ୍ଦୁଝର ବନ୍ଦକୁ ଶେଷ କରିଥିଲା। ଏହି ବନ୍ଦରେ ସଂଘ ପରିବାରର ବିଭିନ୍ନ କ୍ଷେତ୍ରର ଭାଇ ଭଉଣୀ ମାନେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ। କେନ୍ଦୁଝର ଜିଲାର ହିତରେ ଓ କେନ୍ଦୁଝରର ସ୍ୱାର୍ଥ ରକ୍ଷା ପାଇଁ ଏହି ବନ୍ଦକୁ ଶତ ପ୍ରତିଶତ ସଫଳ କରାଇଥିବାରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲା ପ୍ରଶାସନ, କାର୍ଯ୍ୟକାର୍ତ୍ତା ଓ ସାଧାରଣ ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ କୃତଜ୍ଞତା ଜଣାଇଛନ୍ତି।