PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍‌ ନୋଟ୍‌ରେ ସାମ୍ନାକୁ ଆସିଲା ରାଗିଂର ଯନ୍ତ୍ରଣା

ଭୁବନେଶ୍ୱର, ୨/୭: ପୁଣି ସାମ୍ନାକୁ ଆସିଲା ରାଂଗିର କରୁଣ ଚିତ୍ର । ଅଧା ରହିଗଲା ସ୍ବପ୍ନ । ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥିଲେ ରାଜଧାନୀ ପାଠ ପଢ଼ିବା ପାଇଁ । ଆଶା ଥିଲା କଲେକ୍ଟର ହେବେ । କିନ୍ତୁ ସହି ପାରିଲେନି ରାଗିଂ । ସିନିୟରଙ୍କ ରାଗିଂ ଅସହ୍ୟ ହୋଇପଡ଼ିଲା। ଫଳରେ ଜଣେ ନିରୀହ ଛାତ୍ରୀ ଜୀବନ ହାରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି କଲେଜ୍‌ର କାରୁବାକି ହଷ୍ଟେଲ୍‌ରେ ।

ଭୁବନେଶ୍ବରସ୍ଥିତ ବିଜେବି କଲେଜ କାରୁବାକି ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ୍‌ । ଛାତ୍ରୀ ଜଣଙ୍କ ମାନସିକ ଚାପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଏଥିରେ ଉଲ୍ଲେଖ ରହିଛି । ହଷ୍ଟେଲ୍‌ରେ ସିନିୟର୍‌ଙ୍କ ରାଗିଂ ସହିନପାରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ସେ ଏହି ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ, ମୁଁ ଜୀବନରେ ବହୁତ ଥକି ଗଲିଣି । ମୋ ବାପା, ବୋଉ ମତେ ବହୁତ କଷ୍ଟ କରି ପାଠ ପଢ଼ାଉଥିଲେ । ମୋ ପାଠ ପଢ଼ିବା ପାଇଁ ଖର୍ଚ୍ଚ ହେଉଥିବାରୁ ଘର ଲୋକଙ୍କୁ ଚଳିବା ପାଇଁ କଷ୍ଟ ହୁଏ । ହେଲେ ହଷ୍ଟେଲ୍‌ରେ ମତେ ସିନିୟର୍‌ ବହୁତ ଟର୍ଚର କରୁଛନ୍ତି । ୩ ଜଣ ସିନିୟର୍‌ ମତେ ମାନସିକ ସ୍ତରରେ ବହୁତ କଷ୍ଚ ଦେଲେ । ମୁଁ ଆଉ ସହି ପାରିଲିନି ।

ବାପା, ମାଆ, ଅଜା, ଆଇ, ମାମୁଁ, ମାଉସୀ ସମସ୍ତେ ବହୁତ ଭଲ ପାଉଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି । ଭବିଷ୍ୟତରେ କଲେକ୍ଟର ହୋଇ ଦେଶର ସେବା କରିବେ ବୋଲି ଆଶା ରଖିଥିଲେ । ହେଲେ ସନିୟର୍‌ ଝିଅଙ୍କ ରାଗିଂ ସହିନପାରି ସେ ଜୀବନ ହାରୁଥିବା କହିଛନ୍ତି । ଅନ୍ୟପଟେ ମୃତ ଛାତ୍ରୀଙ୍କ ମାଆ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରସ୍ଥିତ ବିଜେବି କଲେଜ କାରୁବାକି ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‌ରେ ପଡିଥିବାବେଳେ ରୁମ୍‌ କବାଟ ଭିତର ପଟୁ ବନ୍ଦ ରହିଥିଲା । ଛାତ୍ରୀ ଜଣଙ୍କୁ ଡାକିବାରୁ ସେ କବାଟ ନ ଖୋଲିବାକୁ ହଷ୍ଟେଲ ଓ୍ବାର୍ଡେନ୍‌ ଏବଂ ସୁପରିଣ୍ଟେଣ୍ଡଣ୍ଟଙ୍କୁ ଖବର ଦିଆଯାଇଥିଲା । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଶାବଳ ସାହାଯ୍ୟରେ କବାଟ ତାଡି ମୃତଦେହ ଉଦ୍ଧାର କରାଯାଇଥିଲା ।

ମୃତ ଛାତ୍ରୀ ଜଣଙ୍କ କଟକର ରୁଚିକା ମହାନ୍ତି ବୋଲି ଜଣାପଡିଛି । ସେ ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ । ସେ ଡର୍ମେଟ୍ରି ହଲ୍‌ରେ ରହୁଥିଲେ । ଅନ୍ୟ ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି ରୁମ୍‌ରେ ୩ ଜଣ ଛାତ୍ରୀ ରହୁଥିଲେ । ସେମାନଙ୍କ ସହ ରୁଚିକାଙ୍କ ଘନିଷ୍ଠ ସମ୍ପର୍କ ଥିଲା । ସେହି ରୁମ୍‌ରେ ସେ ଖାଇବା ପିଇବା, ପାଠପଢା ଆଦି କରୁଥିଲେ ।

ତେବେ ତାଙ୍କ ମୃତ୍ୟୁର କାରଣ ରାଗିଂ ହୋଇଥିବା ମିଳିଥିବା ନୋଟ୍‌ରୁ ଜଣାପଡ଼ୁଛି । ଏଥିପାଇଁ ୩ ଜଣ ସିନିୟର୍‌ଙ୍କୁ ସେ ଦାୟୀ କରିଛନ୍ତି । ରାଗିଂ ନେଇ ସେ ପରିବାର ଲୋକଙ୍କୁ ଜଣାଇପାରିନଥିଲେ । ଏଥି ସହିତ ତାଙ୍କର ରୁମ୍‌ମେଟ୍‌ଙ୍କୁ ମଧ୍ୟ ଜଣାଇନଥିଲେ ।