ଆଠଗଡ଼, ୧।୧୦: ମହାନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ରଙ୍କ ମୃତ ଦେହ। ମୃତ ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ କାଇପୁଡ଼ିଆ ଗ୍ରାମର ୧୪ ବର୍ଷୀୟ ଅନୁଷ୍ ଓଝା ।ଗତ ୧୦ ବର୍ଷ ତଳେ ଏହି ଦଶହରା ସମୟରେ ବଡ଼ ପୁଅ ମହାନଦୀରେ ବୁଡି ମୃତ୍ୟୁ ଘଟିଥିଲା। ଦୁଇ ଦୁଇଟି ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।
ମଙ୍ଗଳବାର ସାଙ୍ଗମାନଙ୍କ ସହିତ ଗାଧେଇବାକୁ ଯାଇ ମହାନଦୀରେ ଅନୁଷ୍ ବୁଡି ନିଖୋଜ ହୋଇଯାଇଥିଲେ । ଆଠଗଡ ଅଗ୍ନିଶମ ବାହିନୀ ପକ୍ଷରୁ ମହାନଦୀରେ ଦିର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଧରି ସର୍ଚ୍ଚ ଅପରେସନ ପରେ ମଧ୍ୟ ମିଳିନଥିଲା ମୃତ ଦେହ। ବୁଧବାର ମଣ୍ଡଳୀ ନିକଟସ୍ଥ ଜଗନ୍ନାଥ ବନ ପ୍ରକଳ୍ପ ମହାନଦୀ ନଦୀପଠା ନିକଟରୁ ଅନୁଷ୍ ଓଝା ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।