ଫିରିଙ୍ଗିଆ, ୪।୧୧ : କନ୍ଧମାଳ ଜିଲ୍ଲାର ଏକ ବିଦ୍ୟାଳୟରେ କିଛିଦିନ ହେଲା ଲାଗି ରହିଛି ଭୁତ ଆତଙ୍କ I ଭୟଭୀତ ହୋଇ ବିଦ୍ୟାଳୟ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ I ସୋମବାର ଭୁତ ଭୟରେ ଦଶ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ।  ତାଙ୍କୁ ବିଳମ୍ବିତ ରାତିରେ ଫିରିଙ୍ଗିଆ ମୁଖ୍ୟ ଚିକିତ୍ସା ପାଇଁ ମେଡିକାଲକୁ ଆଣିଲା ପରେ ଘଟଣାଟି ଲୋକ ଲୋଚନକୁ ଆସିଛି I ସେପଟେ ଏଭଳି ଭୁତ ଭୟ ଗତ ଆଠ ଦିନ ଧରି ଲାଗିରହିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି।ବର୍ତ୍ତମାନ ବିଦ୍ୟାଳୟରେ  ଅଭିଵାବକମାନେ ଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ନିଜ ଘରକୁ ସାଙ୍ଗରେ ନେଇ ଯାଉଥିବା ଜଣାପଡିଛି।

ସେପଟେ ଘଟଣା ଘଟିବା ପରେ  ଅସୁସ୍ଥ ଛାତ୍ରୀମାନଙ୍କୁ ମେଡିକାଲ ନେବା ବଦଳରେ ପ୍ରଥମେ ବିଦ୍ୟାଳୟରେ କାର୍ଯ୍ୟରତ ଜନୈକ ସିସିଏଙ୍କ ଦ୍ୱାରା ବିଦ୍ୟାଳୟକୁ ଏକ ଗୁଣିଆ ଆଣି ଛାତ୍ରୀ ମାନଙ୍କୁ ଫୁଙ୍କାଝରା କରାଯାଇଥିଲା।  ପରେ ଛାତ୍ରୀ ମାନଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ସେମାନଙ୍କୁ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମେଡିକାଲ ନେଇଥିବା ଜଣାପଡିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ  ପଚାରିବାପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଶିକ୍ଷକ ଜଣକ ଫୋନକୁ କାଟି ଦେଇଥିଲେ I ପରେ ବିଦ୍ୟଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁଙ୍କୁ ପଚାରିବା ପାଇଁ  ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ଲାଗୁନଥିବାରୁ ଯୋଗାଯୋଗ ହୋଇ ପାରିନାହିଁ I ସେପଟେ ଛାତ୍ରୀମାନଙ୍କୁ ଚିକିତ୍ସା କରିଥିବା ଡାକ୍ତର ଦୁର୍ଗା ଶକର ପଣ୍ଡାଙ୍କୁ ପଚାରିବାରୁ ପିଲାମାନଙ୍କ ମୁଣ୍ଡରେ କୌଣସି ଜଣେ ବ୍ୟକ୍ତି ହଷ୍ଟେଲରେ ଭୁତ ଥିବା କଥା କହିଛନ୍ତି ଯାହା ପାଇଁ ଛାତ୍ରୀମାନେ ଭୟରେ ଏମିତି ହେଉଛନ୍ତି ଓ ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଥିବା କହିଛନ୍ତି I