ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Published By : Harapriya Sethi | March 26, 2025 7:38 AM

ନରସିଂହପୁର,୨୬/୦୩: ନରସିଂହପୁର ବ୍ଲକ୍‌ଶିକ୍ଷା ବିଭାଗର ବ୍ୟବସ୍ଥାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଇତି ମଧ୍ୟରେ ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହୋଇଛି । ଏପ୍ରିଲ୍‌ ୧ ତାରିଖ ଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । କିନ୍ତୁ ବ୍ଲକ୍‌ ଅନ୍ତର୍ଗତ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ୨ହଜାର ୨୩୬ ଖଣ୍ଡ ବହି ମିଳିପାରିଲା ନାହିଁ । ଯାହା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାରୁ ପ୍ରକାଶ, ୨୦୨୪-୨୫ ଶିକ୍ଷା ବର୍ଷପାଇଁ ନରସିଂହପୁର ବ୍ଲକ୍‌ର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୯ ହଜାର ୭୩ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ୮୩ ହଜାର ୧୬୪ ଖଣ୍ଡ ବିଭିନ୍ନ ବହି ଆବଶ୍ୟକ । ସେଥିମଧ୍ୟରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ହଜାର ୨୩୬ ଜଣ ଛାତ୍ର ଛାତ୍ରୀ ବିନା ବହିରେ ପରୀକ୍ଷା ଦେଇଛନ୍ତି । ଅଷ୍ଟମ ଶ୍ରେଣୀର ୧୫୦ଟି ସାହିତ୍ୟ ବହି, ୧୩୫ ଟି ବ୍ୟାକରଣ, ୨୨୦ଟି ଇଂରାଜୀ ଷ୍ଟୋରୀ, ହିନ୍ଦୀ ୨୦ଟି, ସଂସ୍କୃତ ୧୫୬ଖଣ୍ଡ, ବୀଜଗଣିତ ୨୨୦ଖଣ୍ଡ, ଜ୍ୟାମିତି ୨୩୫ଖଣ୍ଡ, ହିନ୍ଦୀ ବ୍ୟାକରଣ ୨୦ଖଣ୍ଡ, ଇତିହାସ ୨୨୦ଖଣ୍ଡ ଓ ଭୂଗୋଳ ୨୨୦ ଖଣ୍ଡ ଏହିପରି ମୋଟ୍‌ ୨ ହଜାର୨୩୬ ଖଣ୍ଡ ବହି ମିଳିପାରିନାହିଁ । ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ବହି ରଖିବା ପାଇଁ ଜାଗା ନଥିବାରୁ ନୂଆ ବହି ସବୁ ବ୍ଲକ୍‌ ଶିକ୍ଷା ବିଭାଗ କାର୍ଯ୍ୟାଳୟର ବାରଣ୍ଡାରେ ପଡ଼ି ନଷ୍ଟ ହେଉଛି । ଏନେଇ ବ୍ଲକ୍‌ଶିକ୍ଷା ଅଧିକାରୀ ପ୍ରକାଶ କୁମାର ମତ୍ତଗଜଙ୍କୁ ଫୋନ୍‌ କରିଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.