ଷ୍ଟୁଡ଼ିଓରେ ଚାଲିଥିଲା ଦେହ ବ୍ୟବସାୟ, ଚଢ଼ଉ କଲା ପୋଲିସ: ନାବାଳିକା ଉଦ୍ଧାର, ୩ ଅଟକ

ନିଶ୍ଚିନ୍ତକୋଇଲି ୦୮/୧୨ : ଷ୍ଟୁଡ଼ିଓରେ ଚାଲିଥିଲା ଦେହ ବ୍ୟବସାୟ। ସୂଚନା ପାଇ ଚଢ଼ାଉ କଲା ପୁଲିସ। ଘଟଣାସ୍ଥଳରୁ ଜଣେ ନାବାଳିକା ଉଦ୍ଧାର କରାଯାଇଥିବା ବେଳେ ତିନିଜଣ ଅଭିଯୁକ୍ତ ଅଟକ ରହିଛନ୍ତି। ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁରରେ ଅଞ୍ଚଳରେ ଧରାପଡିଛି।
ସୂଚନା ମୁତାବିକ, ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ଅଞ୍ଚଳରେ ଥିବା ସଙ୍ଗମ ଷ୍ଟୁଡିଓରେ ଦୀର୍ଘ ଦିନ ଧରି ଦେହ ବ୍ୟବସାୟ ହେଉଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଆଜି ସକାଳୁ ଷ୍ଟୁଡିଓରେ ଚଢ଼ାଉ କରିଥିଲା। ଏଠାରୁ ଷ୍ଟୁଡିଓ ମାଲିକ ମାନସ ବେହେରାଙ୍କ ସମେତ ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ଗ୍ରାମର ପିଣ୍ଟୁ ନାୟକ ଓ ସୁକନ ବେହେରାଙ୍କୁ ପୁଲିସ ଅଟକ ରଖିଛି। ଉଦ୍ଧାର ନାବାଳିକାକୁ ପୁଲିସ ଉଦ୍ଧାର କରି ତାଙ୍କ ପରିଚୟ ଓ ଠିକଣା ଜାଣିବାକୁ ଚେଷ୍ଟା ଜାରି ରଖିଛି।