ଦ୍ରୁତ ଗତି ମହାବିପତ୍ତି : ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ପଡ଼ିଲେ ବାଇକ୍ ଆରୋହୀ, ଚାଲିଗଲା ଜୀବନ

ସୁବର୍ଣ୍ଣପୁର, ୨୫/୦୫ : ଦ୍ରୁତ ଗତି ମହାବିପତ୍ତି। ଦ୍ରୁତ ଗତିରେ ଗାଡି ଚଲାଇ ଆସୁଥିବା ବେଳେ ବାଇକ୍ରୁ ଛିଟିକି ପଡ଼ିଲେ ବାଇକ୍ ଆରୋହୀ। ଘଟଣାସ୍ଥଳରେ ଚାଲିଗଲା ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ଖାରି-ବଇରଖମନ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ଜଣେ ବ୍ୟକ୍ତି ବଇରଖନନ ଗାଁରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଖାରି-ବଇରଖମନ୍ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଦମକଳ ବାହିନୀ ଯୁବକଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କର ପରିଚୟ ମିଳିପାରି ନାହିଁ। ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।