ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

'ସୁଭଦ୍ରା'କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଅପ୍‌ଡେଟ୍, ଏହି ତାରିଖରେ ମିଳିବ ତୃତୀୟ କିସ୍ତି

Published By : Harapriya Sethi | July 27, 2025 2:39 PM

ଭୁବନେଶ୍ୱର,୨୭/୦୭: ଆସନ୍ତା ଅଗଷ୍ଟ ୯ରେ ମିଳିବ 'ସୁଭଦ୍ରା' ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି । ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 

ରକ୍ଷା ବନ୍ଧନର ଉତ୍ସବରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ଟଙ୍କା ବାଣ୍ଟିବେ ସରକାର । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା କିସ୍ତି । ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । ଜିରୋ ଇନକମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ରୋଜଗାର ଥିଲେ ସୁଭଦ୍ରା ମିଳିବନି । କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନ୍‌ରୋଲ୍‌ମେଣ୍ଟ ଚେକ୍‌ କରିବେ । ଅଗଷ୍ଟ ୯ କିସ୍ତି ମୁଖ୍ୟମନ୍ତ୍ରୀ କୋରାପୁଟ ଜୟପୁର ଗସ୍ତ କରି ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.