ଭୁବନେଶ୍ବର, ୩୦।୧୦ : ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର। ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଦ୍ବନ୍ଦରେ ରହି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାରେ ଯେଉଁ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇ ପାରି ନାହାନ୍ତି ସେମାନଙ୍କ ଦ୍ବନ୍ଦ ଦୂର କରାଯାଇଛି। ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।
ସେହିପରି ଖୁଵ ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବା ନେଇ ଘୋଷଣା ହେବ ।ଏଥିସହ ୨ ଲକ୍ଷ ୬୭ ହଜାର ଖାରଜ ହୋଇଥିବା ଆବେଦନ ଆଉ ଠାରେ ଯାଞ୍ଚ ହେବ । ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି ସେଥବପାଇଁ ବାରମ୍ବାର ଯାଞ୍ଚ ହେବ । ରୂପରେଖ ଫାଇନାଲ ହେବ। ଆସନ୍ତା ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ। ସୁଭଦ୍ରା ଯୋଜନାରୁ କେହି ବି ବଂଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତୀ କହିଛନ୍ତି।
ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମହିଳାଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇ ସାରିଛି। ଖବ୍ଶୀଘ୍ର ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆକାଉଣ୍ଟଙ୍କୁ ପଠାଯିବ। ଏହି ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିଲେ।
ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାର ନଗଦ ରାଶି । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ।