ଭୁବନେଶ୍ୱର,୨୬/୧୧: ଓଡ଼ିଶା ଗସ୍ତରେ ଆସିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆଜି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍‌ର ନବମ ସଂସ୍କରଣ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି । ଏଥିସହ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ସଂପର୍କରେ ଅନୁଭୂତି ବାଣ୍ଟିଛନ୍ତି ।  

ଶୁଭାଂଶୁ ଶୁକ୍ଳା କହିଛନ୍ତି, ଓଡ଼ିଶା ଆସି ବହୁତ ଖୁସି ଲାଗୁଛି । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା । ପିଲାମାନଙ୍କୁ କହିଲେ କି ‘ପ୍ରଥମ ୪/୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ, ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ତା ଠାରୁ ଆହୁରି ଚ୍ୟାଲେଞ୍ଜିଂ ଥିଲା । କାରଣ ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, କିନ୍ତୁ ଖୋଲିଯାଇ ପାରିବ । ସେଥିପାଇଁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ। ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ବୋଲି ଶୁଭାଂଶୁ କହିଥିଲେ । ଗଗନଯାନ ମିଶନର ଏବେ କାମ ଚାଲିଛି ।

ଛାତ୍ରଛାତ୍ରୀଙ୍କ ସହ ମିଶି ମୋର ଅନୁଭୂତି ବାଣ୍ଟି ଉତ୍ସାହିତ ଅଛି । ଓଡ଼ିଶାର ଛାତ୍ରଛାତ୍ରୀମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ବହୁତ ଆଗକୁ ଯାଆନ୍ତୁ। ଯେଉଁମାନେ ଏହି କ୍ଷେତ୍ରରେ ଅଧିକ ଆଗ୍ରହୀ ସେମାନଙ୍କୁ ଉତ୍ସାହିତ କରିବି। ସୂଚନାଯୋଗ୍ୟ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟବକ୍ତା ଭାବେ ମହାକାଶଚାରୀ ଇସ୍ରୋର ଗଗନଯାତ୍ରୀ ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ ଶୁକ୍ଲା ଯୋଗଦେବେ । ଶ୍ରୀ ଶୁକ୍ଲା ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରାର ସଫଳ କାହାଣୀ ଛାତ୍ରଛାତ୍ରୀଙ୍କ ପାଖେ ବର୍ଣ୍ଣନା କରିବେ । ପିଲାଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରିବେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେବେ ।