ଆନ୍ଧ୍ରପ୍ରଦେଶ, ୧୩।୨: ଆନ୍ଧ୍ରପ୍ରଦେଶର ବାସିନ୍ଦା ପବନି ମଧୁଗଲା । ନିଜର କଠିନ ପରିଶ୍ରମ ଏବଂ ଚିନ୍ତା ବଳରେ, ସେ କୋଟିଏ ଟଙ୍କାର ବ୍ୟବସାୟ ଗଢ଼ିଛନ୍ତି । କୌଣସି ପୁଞ୍ଜି କିମ୍ବା କାରଖାନା ବିନା, ଅନଲାଇନ୍ ବିକ୍ରୟ ମାଧ୍ୟମରେ ପବନି ଏହି ସଫଳତା ହାସଲ କରିଛନ୍ତି । ସେ ପାରମ୍ପରିକ ହାଲୱା ଅର୍ଥାତ୍ ମିଠା ପୁଡିଂ ବିକ୍ରି କରନ୍ତି । ସେ ସେପ୍ଟେମ୍ବର ୨୦୧୪ରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ଏହି ହାଲୱା ଗୁଡ଼, ଗହମ, କ୍ଷୀର ଏବଂ ପାଣି ବ୍ୟବହାର କରି ତିଆରି କରାଯାଏ । ଏହା ଚିନି, ତେଲ କିମ୍ବା ପ୍ରିଜରଭେଟିଭ୍ ବିନା ତିଆରି କରାଯାଏ । ତାଙ୍କ ହାତ ତିଆରି ହାଲୱା ଖୁବ୍ ଲୋକପ୍ରିୟ । ସେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟବର୍ତ୍ତୀ ଏକ ଗାଁରୁ ଏହି ବ୍ୟବସାୟ ପରିଚାଳନା କରନ୍ତି । ପବନି ତାଙ୍କ "ପବନି ଫୁଡ୍ସ" ନାମକ ଏକ ଉଦ୍ୟୋଗ ମାଧ୍ୟମରେ ପ୍ରତିଦିନ ୮୦ରୁ ୧୦୦ କିଲୋଗ୍ରାମ ହାଲୱା ବିକ୍ରି କରନ୍ତି । ଆସନ୍ତୁ ଜାଣିବା ପବନି ମଧୁଗାଲାଙ୍କ ସଫଳତାର ଯାତ୍ରା…
ଏହା ବି ପଢ଼ନ୍ତୁ... ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଏହିଦିନ ବାତିଲ୍ ୨୬ ଟ୍ରେନ୍; ଆଗୁଆ ଚେକ୍ କରିନିଅନ୍ତୁ ବୁକିଂ ଷ୍ଟାଟସ୍…
୨୨ ବର୍ଷ ବୟସରେ ବିବାହ:
ପବନି ପିଲାଟି ବେଳୁ ଜଣେ ଭଲ ଛାତ୍ରୀ ଥିଲେ । ସେ କୃଷିରେ ବି.ଏସ୍.ସି. ଡିଗ୍ରୀ ହାସଲ କରିଥିଲେ । ସେ ପୁଣେର ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟରେ MBA ସିଟ୍ ମଧ୍ୟ ପାଇଥିଲେ ଏବଂ ଫି ମଧ୍ୟ ଦେଇଥିଲେ । କିନ୍ତୁ, MBA କୋର୍ସ ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ତାଙ୍କର ବିବାହ ଚୂଡ଼ାନ୍ତ ହୋଇଥିଲା । ଏହାପରେ ଏପରି ପରିସ୍ଥିତି ଉପୁଜିଥିଲା ଯାହା ପବନିଙ୍କୁ ତାଙ୍କର MBA ସିଟ୍ ଛାଡ଼ିବାକୁ ବାଧ୍ୟ କଲା । ୨୨ ବର୍ଷ ବୟସରେ ବିବାହ ପରେ, ପବନି ତାଙ୍କ ସ୍ୱାମୀଙ୍କ ଗାଁକୁ ଚାଲିଗଲେ, ଯାହା ବିଶାଖାପାଟଣାରୁ ପ୍ରାୟ ୯୦ କିଲୋମିଟର ଦୂରରେ । ଏହା ଏକ ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥା ଏବଂ ବିଶେଷକରି ମହିଳାମାନଙ୍କ ପାଇଁ ସୀମିତ ଚାକିରି ସୁଯୋଗ ଥିବା ଅଞ୍ଚଳ ଥିଲା ।
ସେ ତାଙ୍କ ବନ୍ଧୁମାନଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳ ହେବାର ଦେଖି ତାଙ୍କୁ ପଛରେ ପଡ଼ିଯାଇଥିବା ଅନୁଭବ ହେଉଥିଲା । ତୁରନ୍ତ କୌଣସି କ୍ୟାରିୟର ଗଢ଼ିବାକୁ ବିକଳ୍ପ ନ ଥିବାରୁ, ପବନି ଇନଷ୍ଟାଗ୍ରାମରେ କଣ୍ଟେଣ୍ଟ ଆରମ୍ଭ କଲେ । ଏଥିପାଇଁ ତାଙ୍କର କୌଣସି ବ୍ୟବସାୟିକ ଯୋଜନା ନଥିଲା । ସେ କେବଳ ଜୀବିକା ନିର୍ବାହ ପାଇଁ ଏହାକୁ ଆରମ୍ଭ କରିଥିଲେ । କଣ୍ଟେଣ୍ଟ ସୃଷ୍ଟି କରିବାରେ ପବନିଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ସମର୍ଥନ ଏବଂ ଶାଶୁଶ୍ୱଶୁରଙ୍କଠାରୁ ପ୍ରୋତ୍ସାହନ ମିଳିଥିଲା । ତଥାପି, ସମ୍ପର୍କୀୟମାନେ ତାଙ୍କୁ ଟଙ୍କା କାହିଁକି ଦରକାର ? ସେ ଅନଲାଇନରେ କ'ଣ କରୁଛନ୍ତି ବୋଲି ପଚାରି ତାଙ୍କୁ ଉପହାସ କରିଥିଲେ । ପବନି ଏହି ମନ୍ତବ୍ୟଗୁଡ଼ିକୁ ଅଣଦେଖା କରି ତାଙ୍କ କାମ ଜାରି ରଖିଥିଲେ । ସେପ୍ଟେମ୍ବର ୨୦୨୫ ଆରମ୍ଭରେ, ସେ ପୋଷ୍ଟ କରିଥିବା ଏକ ଭିଡିଓ ପରେ ବ୍ୟବସାୟିକ ଉଦ୍ୟମରେ ପରିଣତ ହୋଇଥିଲା ।
ଏବେ କୋଟିଏର କାରବାର:
ପବନି ଯେଉଁ ଅଞ୍ଚଳରେ ବାସ କରନ୍ତି, ସେଠାରେ ଗୁଡ଼, କ୍ଷୀର, ଗହମ ଅର୍କ ଏବଂ ପାଣି ବ୍ୟବହାର କରି ପାରମ୍ପରିକ ହାଲୱା ତିଆରି କରାଯାଏ । ଯେତେବେଳେ ପବନି ଏହି ଚିନି-ମୁକ୍ତ ଏବଂ ତେଲ-ମୁକ୍ତ ହାଲୱାର ଏକ ରିଲ୍ ତିଆରି କଲେ, ଏହା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଗଲା । ଭିଡିଓଟି ଭାଇରାଲ ହେଲା । ଲୋକମାନେ ତାଙ୍କୁ ମେସେଜ୍ ପଠାଇବା ଆରମ୍ଭ କଲେ । ପଚାରିଲେ ଯେ ସେ ଏହାକୁ ଅର୍ଡର କରିପାରିବେ କି ନାହିଁ । ପ୍ରାରମ୍ଭରେ, ସେ ମନା କରିଦେଲେ । କିନ୍ତୁ, ବାରମ୍ୱାର ଏପରି ଅନୁରୋଧ ଆସିବା ପରେ ଶେଷରେ ସେ ଅର୍ଡର ନେଲେ, କିନ୍ତୁ କେବଳ ଗୋଟିଏ ମାସ ପାଇଁ । ପ୍ରଥମ ମାସରେ, ପବନି ୧୮ ଲକ୍ଷ ଟଙ୍କାର ବ୍ୟବସାୟ ରେକର୍ଡ କରିଥିଲେ । ସେ କୌଣସି ପୁଞ୍ଜି ନିବେଶ କରିନଥିଲେ କିମ୍ବା କୌଣସି କାରଖାନା ଭଡ଼ା ନେଇ ନଥିଲେ । ବର୍ତ୍ତମାନ ତାଙ୍କ ବ୍ୟବସାୟ ୧ କୋଟି ଟଙ୍କାର ।