ନୂଆଦିଲ୍ଲୀ, ୨୮/୦୭ : ଲକଅପ୍ ସିଜିନ୍-୨ରେ ଶିଳ୍ପା ସିନ୍ଦେଙ୍କ ବଡ଼ ଖୁଲାସା। ନିଜ ବ୍ୟକ୍ତିଗତ ଜୀବନକୁ ନେଇ କହିଦେଲେ ବଡ଼ କଥା। ପାରିବାରିକ ସମ୍ପର୍କ ବିଷୟରେ କହୁ କହୁ ଭାବୁକ ହେଲେ ଶିଳ୍ପା। ନିଜକୁ ଘରର ଡୋର୍ ମ୍ୟାଟ୍ କହି କାନ୍ଦି ପକାଇଲେ ଅଭିନେତ୍ରୀ। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଆଲୋଚନା ହେଉଛି। ତେବେ ଶିଳ୍ପା ଏଭଳି କାହିଁକି କହିଲେ, ଜାଣନ୍ତୁ ଏହା ପଛର କାରଣ...
ହର୍ଷଦ ଚୋପଡାଙ୍କ ସହ କଥା ହେବା ବେଳେ ଶିଳ୍ପା କହିଥିଲେ ଯେ, ଲୋକମାନେ ତୁମକୁ ବ୍ୟବହାର କରୁଛନ୍ତି। ଡୋର୍ ମ୍ୟାଟ୍ ଭଳି ବ୍ୟବହାର କରୁଛନ୍ତି। ମୁଁ ବି ମୋ ଘରର ଡୋର୍ ମ୍ୟାଟ୍ ଥିଲି। କିଛି ବର୍ଷ ତଳେ ମୋ କାନ୍ଧରେ ସର୍ଜରୀ ହୋଇଥିଲା। ସର୍ଜରୀର ୫ ଦିନ ପରେ ମୋତେ ଘରୁ ବାହାର କରିଦିଆଯାଇଥିଲା। ମୋର ବହୁତ ଆତ୍ମସମ୍ମାନ ଅଛି। ଏଥିପାଇଁ ମୁଁ ରାତି ସାଢେ ୧୧ଟାରେ ନିଜେ ଘର ଛାଡ଼ି ଦେଇଥିଲି। ସେତେବେଳେ ମୋ ଭାଇ ଭାଉଜଙ୍କ କଥାରେ ପଡି ଏମିତି କରିଥିଲେ। ମୋ ମା ମଧ୍ୟ ମୋ ଭାଇର ସବୁ କଥାକୁ ମାନୁଥିଲେ। ମୁଁ ମୋ ୱିଲ୍ ଲେଖି ସାରିଛି। ଏବେ ମୋ ପରିବାର ସହ ମୋର କୌଣସି ସମ୍ପର୍କ ନାହିଁ।
ସୂଚନା ଥାଉକି, କିଛି ସପ୍ତାହ ତଳେ ଲକଅପ୍ ସିଜିନ୍-୨ରୁ ଯୋଗେଶ ରାୱତ ବାହାର ହୋଇଛନ୍ତି। ଏବେ ସୁଫି ମୋତିୱାଲା ଏବଂ ଧୀରଜ କପୁର ମଧ୍ୟ ସୋରୁ ବାହାର ହୋଇଛନ୍ତି। ଏବେ କାର୍ଯ୍ୟକ୍ରମରେ ରାମ କପୁର, ହର୍ଷଦ ଚୋପଡା, ଆକାଂକ୍ଷା ଚମୋଲା, ଶ୍ରେୟା କାଲରା, ଶିଳ୍ପା ସିନ୍ଦେ, ଅପୂର୍ବା ମୁଖାର୍ଜୀଙ୍କ ଭଳି ସେଲିବ୍ରିଟି ଅଛନ୍ତି।
ଆହୁରି ପଢନ୍ତୁ- ବଢ଼ିଚାଲିଛି ‘ଦେଶୀ ଗର୍ଲ’ଙ୍କ ସଂପତ୍ତି, ଜାଣନ୍ତୁ ନିକ୍-ପ୍ରିୟଙ୍କାଙ୍କ ନେଟ୍ ୱର୍ଥ