ମୁମ୍ୱାଇ : ପ୍ରସିଦ୍ଧ ଅଭିନେତ୍ରୀ ସୁଧା ଚନ୍ଦ୍ରନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ବିଷୟରେ ଅନେକ କିଛି କଥା କହିଛନ୍ତି। ସେ କହିଛନ୍ତି ଯେ,ଯେତେବେଳେ ସେ ଗୋବିନ୍ଦାଙ୍କ ସହ କାମ କରୁଥିଲେ , ସେତେବେଳେ ତାଙ୍କର ବ୍ୟବହାର କେମିତି ଥିଲା। ସୁଧା ଚନ୍ଦ୍ରନ ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟରେ ଗୋବିନ୍ଦା କାହିଁକି ବଲିଉଡ୍ ସହ ନାହାନ୍ତି। କେବଳ ଏତିକି ନୁହେଁ , ସୁଧା ଚନ୍ଦ୍ରନ ଗୋବିନ୍ଦାଙ୍କ ଛୋଟ ଛୋଟ ଇଭେଣ୍ଟରେ ଡ୍ୟାନ୍ସ କରୁ ଥିବାର ଭିଡ଼ିଓରେ ମଧ୍ୟ କମେଣ୍ଟ କରିଛନ୍ତି।
ସୁଧା ଚନ୍ଦ୍ରନ ସିଦ୍ଧାର୍ଥ କନ୍ନନଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ସତ କହିବି ତ ମୁଁ ସେହି ସମୟରେ ବହୁତ ନିକଟରୁ ଦେଖିଛି। ସେହି ସମୟରେ ସମସ୍ତେ ଗୋବିନ୍ଦାଙ୍କୁ ତାଙ୍କର ଫିଲ୍ମରେ ନେବାକୁ ଚାହୁଁ ଥିଲେ। ସବୁ ପ୍ରଡ୍ୟୁସର , ସବୁ ଡାଇରେକ୍ଟର , ସବୁ ବ୍ୟାନର ତାଙ୍କୁ କାଷ୍ଟ କରିବାକୁ ଚାହୁଁ ଥିଲେ। ସେ ମନା କରୁଥିଲେ ଯେ, ମୋ ପାଖରେ ସମୟ ନାହିଁ , କିନ୍ତୁ ପୁଣି ସେମାନେ ତାଙ୍କୁ ଅନୁରୋଧ କରୁଥିଲେ। ଏବେ ଯେତେବେଳେ ଜଣେ କଳାକାର ସମସ୍ତଙ୍କୁ ଖୁସି କରେଇବା ପାଇଁ ଏକା ସାଥିରେ ୬-୭ଟି ଫିଲ୍ମ କରୁଛନ୍ତି ତ ସେ ମେସିନ ତ ନୁହଁନ୍ତି ନା । ତାଙ୍କୁ ବି କେବଳ ୨୪ ଘଣ୍ଟା ମିଳୁଥିଲା। ତାଙ୍କୁ ବି ଶୋଇବା , ଖାଇବା , ଗୋଟିଏ ସେଟ୍ରୁ ଆଉ ଏକ ସେଟ୍କୁ ଯିବାକୁ ସମୟ ଦରକାର ଥିଲା। ଏଥିରେ ବିଳମ୍ୱ ହେଲା ସ୍ୱାଭାବିକ ଥିଲା।
ଏହାସହ ମଧ୍ୟ ପଢନ୍ତୁ : ଫିଲ୍ମ ନିର୍ଦ୍ଦେଶକଙ୍କୁ ଅପହରଣ ଓ ମାରପିଟି ମାମଲା , କନ୍ନଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ସମେତ ୧୧ ଗିରଫ
ସୁଧା ଚନ୍ଦ୍ରନ କହିଥିଲେ – ପ୍ରଥମେ ସେମାନେ ଅନୁରୋଧ କରି ତାଙ୍କୁ ଫିଲ୍ମ ସାଇନ୍ କରିବାକୁ ବାଧ୍ୟ କଲେ ଏବଂ ପରେ ତାଙ୍କର ଖରାପ କରି ତାଙ୍କର କ୍ୟାରିୟର ଖରାପ କରି ଦେଲେ। ମୁଁ ତାଙ୍କ ସହ କାମ କରିଛି। ଡେଭିଡ୍ ଧୱନଙ୍କ ସେଟ୍କୁ ସେ ସର୍ବଦା ଠିକ୍ ସମୟରେ ଆସୁଥିଲେ। ତାଙ୍କର ଟାଇମିଂ ,ତାଙ୍କର ଡ୍ୟାନ୍ସ , ତାଙ୍କର ଆକ୍ଟିଂ – ସେ ସତରେ ଏହି ଦେଶର ଭଲ କଳାକାରଙ୍କ ମଧ୍ୟରେ ଜଣେ। ମୁଁ ତାଙ୍କ ସହ ଷ୍ଟେଜ୍ ଶୋ’ ମଧ୍ୟ କରିଛି। ସାଉଥ୍ ଆଫ୍ରିକା ଟୁର୍ ମଧ୍ୟ କରିଛି। ଶୋ’ ପରେ ଆମେ ବିଳମ୍ୱିତ ରାତି ଯାଏ ବସି ଆଧ୍ୟାତ୍ମ ଓ ତାଙ୍କର ମାଆଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲୁ।
ସୁଧା ଚନ୍ଦ୍ରନ ଆହୁରି କହିଛନ୍ତି – ଆଜି ଲୋକେ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରୁଛନ୍ତି ଏବଂ କମେଣ୍ଟ କରୁଛନ୍ତି ଯେ, ସେ ଛୋଟ ଇଭେଣ୍ଟ ଗୁଡ଼ିକରେ ଡ୍ୟାନ୍ସ କରୁଛନ୍ତି। କିନ୍ତୁ ମୋତେ କେବଳ ଗୋଟିଏ ହିଁ ଜିନିଷ ଦେଖିବାକୁ ମିଳୁଛି ଯେ, ସେ ଆଜି ମଧ୍ୟ ପରଫର୍ମ କରୁଛନ୍ତି ଏବଂ ପୂରା ନିଷ୍ଠାର ସହ ପରଫର୍ମ କରୁଛନ୍ତି। ସେହି ଚମକ , ସେହି ଦମଦାର। କଣ ଫରକ ପଡୁଛି , ଲୋକେ କଣ ଲେଖୁଛନ୍ତି ? ସେ କେବେ ନିଜକୁ ଜଷ୍ଟିଫାଇ କରି ନଥିଲେ। କେବେ କାଉଣ୍ଟର ଷ୍ଟେଟମେଣ୍ଟ ଦେଇ ନାହାନ୍ତି। ସେ ସେହି ପ୍ରକାରର ମଣିଷ ନୁହଁନ୍ତି।
ସୁଧା ଚନ୍ଦ୍ରନ କହିଛନ୍ତି – ମୋତେ ବିଶ୍ୱାସ ଯେ, ସେ ଏହି ସମୟରେ ବଲିଉଡ୍ ଠାରୁ ଦୂରେଇ ଯାଇଛନ୍ତି , କାରଣ ତାଙ୍କ ପାଇଁ ବହୁତ ଗୁଡ଼ିଏ ନେଗେଟିଭ୍ କଥା ସେଟ୍ କରାଯାଇ ଥିଲା। କିଛି ଭୁଲ୍ ତାଙ୍କର ମଧ୍ୟ ଥିବ। ତାଙ୍କୁ ଭାବିବା ଦରକାର ଏବଂ ସମୟ ସହ ଆଗକୁ ବଢିବା ଉଚିତ୍। ଅମିତାଭ ବଚ୍ଚନ ଜୀ ତାଙ୍କର ସବୁଠୁ ବଡ଼ ଉଦାହରଣ। ଦେଖନ୍ତୁ ନା , ସେ ସମୟ ସହ ବଢିବାକୁ ଚେଷ୍ଟା କରନ୍ତି। ନିଜ ଉପରେ କାମ କରନ୍ତି। ମୁଁ ଚାହୁଁଛି ଯେ, ଗୋବିନ୍ଦା ବି ନିଜ ଉପରେ କାମ କରନ୍ତୁ ଏବଂ କମବ୍ୟାକ୍ କରନ୍ତୁ । ମୁଁ ତାଙ୍କ କମବ୍ୟାକ୍ ଦେଖିବାକୁ ଚାହୁଁଛି।