PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ବାଲେଶ୍ୱରର ଏହି ୪ ବର୍ଷର ଶିଶୁ ମାରୁଛି ଚୌକା-ଛକା: ପ୍ରଶଂସା କଲେ ଇଂଲଣ୍ଡର ମହିଳା କ୍ରିକେଟର, ବ୍ୟାଟିଂ ଦେଖିଲେ ଆପଣ ବି ହୋଇଯିବେ ଫ୍ଯାନ୍

ଭୁବନେଶ୍ୱର ୨୨/୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି  । ଭିଡିଓରେ ଜଣେ ୪ ବର୍ଷର ଶିଶୁ ହାତରେ ବ୍ଯାଟ୍ ଧରି ଚୌକା, ଛକା ମାରିବାରେ ଲାଗିପଡିଛନ୍ତି । ଭିଡିଓ ଦେଖି ଆପଣ ମଧ୍ଯ ଚିନ୍ତାରେ ପଡିଯିବେ ଯେ ଏତେ ଛୋଟ ପିଲାଟି କେମିତି ଏତେ ଭଲ ବ୍ୟାଟିଂ କରିପାରୁଛି । ପିଲାଟିର ଏହି ବ୍ୟାଟିଂ ଓ କ୍ରିକେଟ୍ ପ୍ରତି ନିଶା ଦେଖି ସମସ୍ତେ ତାଙ୍କୁ ‘ମାହି’ ବୋଲି ଡାକୁଛନ୍ତି ।

ଏହି ଶିଶୁ ଜଣକ ହେଉଛନ୍ତି ବାଲେଶ୍ୱରର ଶୁଦ୍ଧୃତି ରାଉତ। ତାଙ୍କ ବ୍ୟାଟିଂର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  

ପରିବାର ଲୋକେ ତାଙ୍କୁ ମାହି କହି ସମ୍ବୋଧନ କରୁଛନ୍ତି କାରଣ ସେ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ ବଡ ଫ୍ୟାନ୍ । ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖି ସେ ଧୋନୀଙ୍କ ବ୍ୟାଟିଂକୁ ବହୁତ ପସନ୍ଦ କରନ୍ତି ।

ଶୁଦ୍ଧୃତି କ୍ରିକେଟକୁ ବହୁତ ପସନ୍ଦ କରନ୍ତି । ଥରେ ସେ ବ୍ୟାଟିଂ କରୁଥିବା ସମୟରେ ନିଜ ପିତାଙ୍କୁ ମୋବାଇଲରେ ସୁଟିଂ କରିବା ପାଇଁ କହିଲେ । ପରେ ତାଙ୍କ ପିତା ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଥିଲା । ଭିଡିଓଟି ଭାଇରାଲ ହେବାପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଏହି ବ୍ୟାଟିଂକୁ ପ୍ରଶଂସା କରିଛନ୍ତି ଇଂଲଣ୍ଡର ମହିଳା କ୍ରିକେଟର ଡାନିଲେ ୱାଟ୍ । ସେ କହିଛନ୍ତି ଯେ ବହୁତ ସ୍ପିଡ୍ ହ୍ୟାଣ୍ଡ…

ସମ୍ବନ୍ଧିତ ଖବର