ବୌଦ୍ଧ,୫।୨ : ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଅଭାବନୀୟ ଘଟଣା । କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରଛାତ୍ରୀ । ଗୁରୁତର ଭାବେ ଉଭୟଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ଛାତ୍ରଛାତ୍ରୀ ପ୍ରେମୀ ଯୁଗଳ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଉକ୍ତ କଲେଜରେ ଉଭୟ ଛାତ୍ର ଓ ଛାତ୍ରୀ ପାଠ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କୌଣସି କାରଣରୁ ଉଭୟେ କଲେଜ ପରିସରରେ ମିଳିତ ଭାବେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଉଭୟେ ବିଷ ପାନ କରି ପଡ଼ିଥିବା ବେଳେ ସହପାଠୀ ମାନେ ଦେଖି ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରିଥିଲେ । ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଆହୁରି ପଢନ୍ତୁ : ସ୍କୁଲରେ ପାଠ ପଢ଼ାଉ ଥିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ