ଫିରିଙ୍ଗିଆ, ୫।୨: ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରୀ ପଂଚାୟତର ଗଞ୍ଜୁ ପ୍ରାଥମିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲରେ ପାଠ ପଢାଉ ଥିବା ବେଳେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ କୃଷ୍ଣ ଚନ୍ଦ୍ର ସାହୁ (୫୭)।

ଶିକ୍ଷକ କୃଷ୍ଣଚନ୍ଦ୍ର ଛାତ୍ର ଛାତ୍ରୀଙ୍କୁ ପାର୍ଥନା କରାଇ ପ୍ୟାରେଡ କରାଇବା ପରେ ଶ୍ରେଣୀ ଗୃହକୁ ଆସି ପିଲାଙ୍କୁ ପଢାଉଥିଲେ । ତେବେ ଅଚାନକ ସେ ଅସୁସୁ ହୋଇ ଚେତା ଶୂନ୍ୟ ହୋଇ ପଡ଼ିଥିଲେ। ଖବର ପାଇ ଗ୍ରାମବାସୀ ସଙ୍ଗେ ସଂଗେ ତାଙ୍କୁ ବାଲାନ୍ଦାପଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିଲେ । ସୂଚନା ପାଇ ଫିରିଙ୍ଗିଆ ବିଇଓ ଆଲୋକ କୁମାର ପ୍ରଧାନ ଓ ସିଆରସିସି ଦିଲୀପ କୁମାର ବେହେରା ମେଡିକାଲରେ ପହଂଚି ଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଛି । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।