ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲା ସୁଖୋଇ

ନୁଆଦିଲ୍ଲୀ ୪/୩: ପାକିସ୍ତାନ ପୁଣି ଭାରତୀୟ ସୀମାରେ ପଶିବା ପାଇଁ ଚେଷ୍ଟା କରିଛି । ତେବେ ତାକୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ବାୟୁସେନା । ସକାଳ ୧୧ଟା ୩୦ ମିନିଟ୍ ସମୟରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାରେ ପଶିବା ପାଇଁ ଚେଷ୍ଟା କରୁଥିବାବେଳେ ତାକୁ ମାରି ଖସାଇ ଦିଆଯାଇଛି । ପାକିସ୍ତାନୀ ଡ୍ରୋନ୍, ରାଜସ୍ଥାନ ସ୍ଥିତ ଅନ୍ତର୍ଜାତୀୟ ବର୍ଡର ପାଖ ସୀମାରେ ପଶିବା ପାଇଁ ଚେଷ୍ଟା କରୁଥିଲା । ସେହି ସମୟରେ ସୁଖୋଇ 30MKI ତାକୁ ମାରି ଖସାଇ ଦେଇଛି ।
ପାକିସ୍ତାନର ଏହି ହରକତରୁ
ସଫା ଜଣାପଡୁଛି ଯେ ଶାନ୍ତିର କଥା କହୁଥିବା ପାକିସ୍ତାନ ପ୍ରକୃତରେ ନାଟକ କରୁଛି । ଇମ୍ରାନ୍
ଖାନ୍ ପାକିସ୍ତାନ ସଂସଦରେ କହିଥିଲେ ଯେ ଉଭୟ ଦେଶ ଶାନ୍ତି ଓ ସଦଭାବ ଜରିଆରେ ଆଗକୁ ବଢିବା ଉଚିତ୍
। କିନ୍ତୁ ଯେଉଁଭଳି ଜମ୍ମୁ କଶ୍ମୀରରେ ଲଗାତାର ପାକିସ୍ତାନ ତରଫରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ
କରାଯାଉଛି ସେଥିରୁ ସଫା ଜଣାପଡୁଛି ଯେ ପାକିସ୍ତାନର କଥା ଓ କାର୍ଯ୍ୟରେ ବହୁତ ଫରକ ।