ଭୁବନେଶ୍ବର,12।1(ବୁୟରୋ): ପୂରଣ ହେଲା 5ବର୍ଷ ତଳର ସ୍ବପ୍ନ। ଯାହା ଫେରିବନି ବୋଲି ଆଶା ଥିଲା, ତାହା ଫେରିଲା ଫିଲ୍ମ ‘ଫେରିଆ’ ମାଧ୍ୟମରେ। ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ସୁମା ରିୟଲ ମିଡିଆର ପ୍ରଥମ ଫିଲ୍ମ ‘ଫେରିଆ’ର ପୋଷ୍ଟର୍, ଟିଜର୍ ଏବଂ ଅଡିଓ ଓ ଭିଡିଓ ସିଡି ରିଲିଜ୍ ହୋଇଛି। ‘ସୋଆ’ ହୋଟେଲ ମ୍ୟାନେଜ୍ମେଣ୍ଟ ସଭାଗୃହରେ ଅନୁଷ୍ଠିତ ସଭାରେ ସୁମା ରିୟଲ ମିଡିଆର ସିଇଓ ତଥା ଫିଲ୍ମର ପ୍ରଯୋଜକ ସୁନୀଲ ଦାସ, ‘ନୁୟଜ୍-7’ ସମ୍ପାଦକ ଅର୍ଦ୍ଧନ୍ଦେ ଦାସ ଏବଂ ‘ପ୍ରମେୟ’ ଓ ‘ନୁୟଜ୍-7’ ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ 5ବର୍ଷ ତଳେ ହୋଇଥିବା ଫିଲ୍ମ ଡିଭିଜନ୍ ୟୁନିଟର କଳ୍ପନା ସମ୍ପର୍କରେ କହିଥିଲେ। ଅର୍ଦ୍ଧନ୍ଦେ ଦାସ ବିସ୍ତୃତ ଭାବେ ଅତୀତର କଥାକୁ ବଖାଣିଥିଲେ। ଆଗକୁ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମ।ଣ ସାଙ୍ଗକୁ ଫିଲ୍ମ ଡିଭିଜନ୍ ୟୁନିଟ କରିବାକୁ ସ୍ଥିର ହୋଇଥିବା କହିଥିଲେ। ସମସ୍ତେ ପୂରା ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ଏଭଳି ଏକ ନିଚ୍ଛକ ଓଡ଼ିଆ ଫିଲ୍ମ ପ୍ରସ୍ତୁତ ହୋଇଥିବାରୁ ପ୍ରଶଂସା କରିଥିଲେ। ଏଥିସହ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ପ୍ରୀତିରାଜ, ଅଭିନେତ୍ରୀ ଜିନା, ସଂଳାପ ତଥା ଗୀତିକାର ଡ. ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦଶେକ ଶାନ୍ତିରାଜ ଖୋସଲା ପୂରା ଟିମ୍ର ପ୍ରଶଂସା କରିବା ସହ ଏଭଳି ଏକ ସିନେମାରେ କାମ କରି ନିଜକୁ ଧନ୍ୟ ମଣିଛନ୍ତି। କହିଛନ୍ତି, ଯେଉଭଳି ଫିଲ୍ମ କରିବାକୁ ଆମେ ଖୋଜୁଥିଲୁ ତାହା ‘ଫେରିଆ’ ପୂରା କଲା। କାର୍ଯ୍ୟକ୍ରମରେ ନିର୍ଦ୍ଦଶେକ ମିହିର ରଞ୍ଜନ ଆଚାର୍ଯ୍ୟ ନିଜ ଅନୁଭୂତିକୁ ବ୍ୟାଖ୍ୟା କରିଥିଲେ।
ଫିଲ୍ମର କାହାଣୀ ଉପାନ୍ତ ଅଞ୍ଚଳର ପରମ୍ପରା ଏବଂ ସମସ୍ୟା ଉପରେ ଆଧାରିତ, ଯାହା ସତ୍ୟ, ବାସ୍ତବିକ ଏବଂ ପ୍ରସଙ୍ଗଭିତ୍ତିକ। ସମ୍ପୂର୍ଣ୍ଣ ରୂପେ ମୌଳିକଧର୍ମୀ। ଯାହାକୁ ଦେଖିଲେ ହିଁ ଦର୍ଶକ ଜାଣିପାରିବେ। ଆଗରୁ କାହାଣୀ କହିବା ହୁଏତ ଠିକ୍ ହେବନି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରୀତିରାଜ ଓ ଜିନା। ସେହିପରି ଲୋକଗୀତ ଗାୟକ ସର୍ବଶ୍ବେର ଭୋଇ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଯେହେତୁ ଫିଲ୍ମଟି କୋରାପୁଟରେ ଶୁଟିଂ ହୋଇଛି, ତେଣୁ ଏଥିରେ କୋରାପୁଟର ନାଟ୍ୟ କଳାକାର ଜୟନ୍ତ ସାନ୍ତରା ଅଭିନୟ କରିଛନ୍ତି। ସେ କୋରାପୁଟିଆ ଭାଷାରେ ସଂଳାପ ବି ଲେଖିଛନ୍ତି। ଜୟନ୍ତ ଦୁର୍ଯ। ଚରିତ୍ରରେ ଥିବାବେଳେ ମୀନାକୁମାରୀ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। କୋରାପୁଟର ଝିଅ ଶିବାନୀ ଖରା ମଧ୍ୟ ଅଭିନୟ କରିଛନ୍ତି। ଦେବଦତ୍ତ ପ୍ରଧାନ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି। କ୍ୟାମେରା ପଛରେ ରହି ଅନେକ କିଛି କରିଛନ୍ତି ଦେବଦତ୍ତ। ଫିଲ୍ମରେ ତିନୋଟି ଗୀତ ରହିଛି। ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ଶାନ୍ତିରାଜ ଖୋସଲା ସଙ୍ଗୀତ ନିର୍ଦ୍ଦଶେନା ଦେଇଛନ୍ତି। କୋରାପୁଟିଆ ଗୀତଟି ନିଜେ ଶାନ୍ତିରାଜ ଲେଖିଛନ୍ତି। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦଶେନା ଭାର ସମ୍ଭାଳିଛନ୍ତି ମିହିର ରଞ୍ଜନ ଆଚାର୍ଯ୍ୟ। ତାଙ୍କୁ ସହଯୋଗ କରିଛନ୍ତି, ଏମ୍ ଟୁନା, ଡିଓପିରେ ଅମରଜିତ୍ ମହାନ୍ତି, ସମ୍ପାଦନାରେ ଅମରେନ୍ଦ୍ର ମହାପାତ୍ର, କଳା ନିର୍ଦ୍ଦଶେନାରେ ସଂଗ୍ରାମ ମହାରଣା, କଷ୍ଟୁୟମ୍ରେ ପ୍ରସନ୍ନ ଶତପଥୀ ପ୍ରମୁଖ ବିଶେଷ ସହଯୋଗ କରିଛନ୍ତି।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...