PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ରବିବାର ରାଶିଫଳ; ଏହି ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ନିଯୁକ୍ତି ସୁଯୋଗ, ବ୍ୟବସାୟରେ ମିଳିପାରେ ସଫଳତା

ମେଷ: ଘାତବାର ଓ ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ହେତୁ ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଆର୍ଥିକ ଠକାମି ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି ।  ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ।ହା ହେବ, ତା’ଠାରୁ ଅଧିକ ବଦ୍‌ଖର୍ଚ୍ଚ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ। ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ ।

ଶୁଭରଙ୍ଗ-ଲାଲ୍‌, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ସ୍କନ୍ଦ

ବୃଷ: ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧିକ ଆଗ୍ରହ ଏବଂ ପରିବାର ପ୍ରତି ଅଧିକ ଦୁର୍ବଳତା ପ୍ରକାଶ ପାଇବ । ମନ ପ୍ରଫୁଲ୍ଲ ରହିବ ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ

ମିଥୁନ: ଦ୍ୱାଦଶ ଚନ୍ଦ୍ର ଓ ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପରେ ଶ୍ରୀଚନ୍ଦ୍ର ହେତୁ ଦିନଟି ଆପଣଙ୍କ ପାଇଁ ଉତ୍ତମ ଆୟ, ଉତ୍ତମ ସ୍ୱାସ୍ଥ୍ୟ, ମାନ, ସମ୍ମାନ ଓ ସମୃଦ୍ଧି ଆଣିବାରେ ସହାୟକ ହେବ । ଅପବ୍ୟୟ, ଅପବାଦ ଓ ଅପଯଶରୁ ମୁକ୍ତି ମିଳିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ।

ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ଭଗବାନ ବିଷ୍ଣୁ

କର୍କଟ: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଓ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ସଞ୍ଚୟ ଅଧିକ ରହିବ । ଆୟ ପ୍ରତି ମନରେ ଅଧିକ ଆଗ୍ରହ ଓ ଦୁର୍ବଳତା ଦେଖାଦେବ ଏବଂ ଆୟ ଅଧିକ କରିବା ପାଇଁ ଓ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ନୂତନ କଳାକୌଶଳ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ଧଳା, ସଂଖ୍ୟା: ୫, ଆରାଧନ: ଭଗବାନ ଶିବ

ସିଂହ: ରବିବାର, ଦଶମ ଓ ଏକାଦଶ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ହେତୁ ଧନ, ସମ୍ପଦ, ପ୍ରାର୍ଚ୍ୟୁ, ପ୍ରତିପତ୍ତି ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ଉନ୍ନତିମୂଳକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିୋଗ କରିବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ।

ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୬, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ

କନ୍ୟା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ କୃଷ୍ଣପକ୍ଷର ନବମ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ କୌଣସି କର୍ମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବେ। ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା ଏବଂ ଅପମାନ, ଅପଶ ଓ ଅପନିନ୍ଦା ମିଳିବ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୮, ଆରାଧନା: ମା’ଷୋଡ଼ଶୀ

ତୁଳା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ବିଶେଷ ସତର୍କତା ଜରୁରୀ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ମାନ, ସମ୍ମାନ ହାନି ଏବଂ ନିଜର ପୁରାତନ ବନ୍ଧୁ କିମ୍ବା ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ  ସ୍ୱଳ୍ପ ହେବ ଏବଂ ଅଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବଢ଼ି·ଲିବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ରହିବେ ।

ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ଗାୟତ୍ରୀ

ବିଛା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର  ଓ ପରେ ଅଷ୍ଟମ ଚନ୍ଦ୍ର ଏବଂ ଘାତତିଥି ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଅପରିଚିତ ମହିଳାଙ୍କ ସହ କଥାବାର୍ତ୍ତା ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ·ଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ। ପରିବାରରେ ଅଶାନ୍ତି, ଦାମ୍ପତ୍ୟ ଜୀବନରେ ଝଡ଼ ଏବଂ ଅପରିଚିତ ମହିଳାଙ୍କଠାରୁ ଅପମାନ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ସ୍ତ୍ରୀହେତୁକ ଧନକ୍ଷତି ଅଧିକ ରହିବ। ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ

ଧନୁ: ଷ  ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତି। ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ସ୍ତ୍ରୀ ସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ଦେହ, ମନ ସୁସ୍ଥ ରହିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟରେ ଉତ୍ତମ ଆୟ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ।

ଶୁଭରଙ୍ଗ: ଧଳା, ସଂଖ୍ୟା:୧, ଆରାଧନା: ମା’ ଧୂମାବତୀ

ମକର: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ବିଦ୍ୟାରେ ଅସଫଳ, ସନ୍ତାନହେତୁକ ଦୁଶ୍ଚିନ୍ତା ଏବଂ ତାଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ମାନ, ସମ୍ମାନ ହାନି ଏବଂ ଇତର ଜନଠାରୁ ଅପମାନ ପାଇବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ।

ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୩, ଆରାଧନା : ମା’କାଳୀ

କୁମ୍ଭ: ଆର୍ଥିକ ଅବସ୍ଥାରେ ଉନ୍ନତି, ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବିଶେଷ କରି ପରିବହନ ବ୍ୟବସାୟରେ ଆଜି ଅଧିକ ଲାଭବାନ ହେବେ ଓ ନୂତନ ପରିବହନ ବ୍ୟବସାୟର ଚିନ୍ତା କରିବେ। ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ।

 ଶୁଭରଙ୍ଗ: କଳା, ସଂଖ୍ୟା : ୩, ଆରାଧନା: ମା’  କାଳୀ

ମୀନ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଧନଧାନ୍ୟ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଭାବ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ ।

 ଶୁଭରଙ୍ଗ: ଲାଲ, ସଂଖ୍ୟା : ୨, ଆରାଧନା : ମା’  ତାରା