ମୁମ୍ବାଇ, ୩୦/୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି । ତେବେ ଅଜିତ ପାଓ୍ବାରଙ୍କ ଉତ୍ତରାଧିକାରୀ କିଏ ହେବେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କୁହାଯାଉଛି କି, ଆସନ୍ତାକାଲି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯଦି ସେ ଉପମୁଖ୍ୟନ୍ତ୍ରୀ ଭାବେ ଶପଥ ନିଅନ୍ତି ତାହେଲେ ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ । ଶୁକ୍ରବାର ଏନସିପିର ବିଧାୟକମାନେ ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନସିବଙ୍କ ସହ ଆଳୋଚନା କରିବା ସହ ଦାବି ରଖିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ସକାଳେ ଏନସିପିର ବିଧାୟକଙ୍କ ଏକ ବୈଠକ ରହିଛି । ସେପଟେସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ଆସନ୍ତାକାଲି ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି ।
ଏହାସହ ପଢ଼ନ୍ତୁ : ବାଇକକୁ ଧକ୍କା ଦେଲା ପିକ୍ ଅପ୍, ୩ ଗୁରୁତର