ବ୍ରହ୍ମବରଦା, ୩୦/୧ : ବାଇକକୁ ଧକ୍କା ଦେଲା ପିକ୍ ଅପ୍ ଗାଡି । ବାଇକରେ ଯାଉଥିବା ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଖଣ୍ଡାସ ଛକ ନିକଟରେ । ପୁଲିସ ଆହତଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ କୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଗୁରୁତର ମାନେ ହେଲେ ବଡ଼ଚଣା ବ୍ଲକ ବରପଦା ଅଞ୍ଚଳର ଅନନ୍ତ ସାହୁ,ସ୍ତ୍ରୀ ବିଦ୍ୟୁଲତା ଓ ପୁତୁରା ଦେବାଶିଷ ।

ମିଳିଥିବା ସୂଚନା ଅନୁସାରେ ସେମାନେ ଏକ ବାଇକରେ ସ୍ଥାନୀୟ ହରିପୁର ହାଟରୁ ସୁନା ଗହଣା କିଣି ବାଇକରେ ଘରକୁ ଫେରୁଥିବା ସମୟରେ ବରୁହା- କୃଷ୍ଣଦାସପୁର ମୁଖ୍ୟ ରାସ୍ତା ଖଣ୍ଡାସ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ ଅପ୍ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି ।

ଏହାସହ ପଢ଼ନ୍ତୁ : ବାଜିଲା ଖବର, ପଡ଼ିଲା ନଜର : କୋଣାର୍କରେ କାଜୁ ଗୋଦାମରେ ଚଢ଼ାଉ