ମୁମ୍ୱାଇ : ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ‘ଦ-ବ୍ୟାଙ୍ଗ’ ଟୁରରୁ ସୁନିଲ ଗ୍ରୋଭରଙ୍କର ଏକ ଭିଡ଼ିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ଭିଡ଼ିଓରେ ନଜର ଆସୁଛି ସୁନିଲ ଗ୍ରୋଭର ମଞ୍ଚରେ ସଲମାନ ଖାନଙ୍କ ଲୁକ୍‌କୁ ନେଇ ତାଙ୍କର ମିମିକ୍ରି କରୁଛନ୍ତି। ସୁନିଲ ଗ୍ରୋଭର ଯେତେବେଳେ ଲୋକଙ୍କୁ ଏଣ୍ଟରଟେନ କରୁଛନ୍ତି , ଠିକ୍‌ ସେତେବେଳେ ପଛରୁ ସଲମାନ ଖାନଙ୍କ ବଡିଗାର୍ଡ ଶେରା ଆସୁଛନ୍ତି ଏବଂ ତାଙ୍କୁ କିଛି କହୁ ଥିବା ବେଳେ ସୁନିଲ ଗ୍ରୋଭର ସେତେବେଳେ କହୁଛନ୍ତି- ଦେଖ ଦେଖ ମୁଁ ଅସଲି । ମୁଁ ହିଁ ଅସଲି ବାଲା। ଶେରା ମଧ୍ୟ ଆସିଗଲେ ଏଠାକୁ ,ଏହା ପ୍ରମାଣ ଯେ ମୁଁ ହିଁ ଅସଲି ଭାଇଜାନ। 

କିନ୍ତୁ ସେତେବେଳେ ଶେରା ସୁନିଲ ଗ୍ରୋଭରଙ୍କ ଠାରୁ ମାଇକ୍‌ ନେଇ କହୁଛନ୍ତି, ସାବ୍ , ଏସବୁ ଛାଡ଼ନ୍ତୁ ଏବଂ ଭାଇଙ୍କ ଜ୍ୟାକେଟ୍‌ ଦିଅନ୍ତୁ। ଚାଲ ଭାଇ ଡାକୁଛନ୍ତି। ଶେରାଙ୍କର ଏହି କଥାରେ ପବ୍ଲିକ୍‌ ଖୁବ୍‌ ମଜା ନିଅନ୍ତି। ସୁନିଲ ଗ୍ରୋଭର ତାଙ୍କ ଠାରୁ ମାଇକ୍‌ ନେଇ ମଞ୍ଚରେ ପଡ଼ିଥିବା ଜ୍ୟାକେଟ ଉଠାଇ କହନ୍ତି –ଭାଇଙ୍କ ଜ୍ୟାକେଟ୍‌ ଏପଟେ। କିନ୍ତୁ ସୁନିଲ ଗ୍ରୋଭର ଏହାପରେ ମଧ୍ୟ କ୍ୟାରେକ୍ଟରରେ ରହି ସଲମାନ ଖାନଙ୍କ ଅନ୍ଦାଜରେ କହୁଛନ୍ତି – ଶେରା ପାଜୀ କ୍ୟା ୟାର୍‌। ଐସା ଥୋଡ଼ି ହୋତା ହୈ । ପାଜି ଆପକୋ ଲୋଗୋଁ ପର୍‌ ଥୋଡ଼ା ଭରୋସା କରନା ଚାହିଏ। 


ସଲମାନ ଖାନଙ୍କ ଦ-ବ୍ୟାଙ୍ଗ ଟୁର୍‌ରେ ଏଣ୍ଟ୍ରି ପୂର୍ବରୁ ପ୍ରଶଂସକଙ୍କୁ ଏଣ୍ଟରଟେନ୍‌ କରିବାକୁ ସୁନିଲ ଗ୍ରୋଭର ଏହି ଆକ୍ଟ କରିଥିଲେ , ଯାହାକୁ ପବ୍ଲିକ୍‌ ଖୁବ୍‌ ପସନ୍ଦ କରିଛନ୍ତି। ବଲିଉଡ୍‌ ସପରଷ୍ଟାର ସଲମାନ ଖାନଙ୍କ ଦ-ବ୍ୟାଙ୍ଗ ଟୁର ସବୁଥର ଚର୍ଚ୍ଚାରେ ରହିଥାଏ। ଇଣ୍ଡଷ୍ଟ୍ରୀର ଭାଇଜାନ ଏହି ବର୍ଷ ପୁଣି ଥର ଷ୍ଟାରଙ୍କ ସହ ନେଇ ଦୁବାଇରେ ପହଞ୍ଚି ଯାଇଛନ୍ତି , ଯେଉଁଠି ସେ ପ୍ରଶଂସକଙ୍କ ଦେବେ ଏଣ୍ଟରଟେନମେଣ୍ଟର ଡବଲ ଡୋଜ୍‌। ସୂଚନା ମୁତାବିକ , ସୋନାକ୍ଷୀ ସିହ୍ନ , ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ , ଦିଶା ପାଟନୀ , ତମନ୍ନା ଭାଟିଆ , ପ୍ରଭୁ ଦେବା , ମନିଷ ପାଲ୍‌ , ସୁନିଲ ଗ୍ରୋଭର ଓ ଆସ୍ଥା ଗିଲ୍‌ ମଧ୍ୟ ଚଳିତ ବର୍ଷ ଦ-ବ୍ୟାଙ୍ଗ ଟୁର୍‌ର ସଦସ୍ୟ ଅଛନ୍ତି।